oom

ବଲାଙ୍ଗିରରେ କିନ୍ନର ନେତ୍ରୀ ମୀରା ପରିଡା : କିନ୍ନର ମାନଙ୍କ ସ୍ଥିତି ସମୀକ୍ଷା କଲେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏସ୍‌ଜେ ରିଜେନ୍ସୀ ସମ୍ମିଳନୀ କକ୍ଷରେ ସଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କିନ୍ନର ନେତ୍ରୀ ମୀରା ପରିଡା ଯୋଗ ଦେଇଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ କିନ୍ନର ମାନଙ୍କୁ ପ୍ରଶାସନ ପକ୍ଷରୁ କର୍ମ ନିୟୋଜନ ପ୍ରଦାନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ, ବଲାଙ୍ଗିର ପୌରାଂଚଳ ପକ୍ଷରୁ ପାର୍କିଂ ଜୋନ୍‌ ଗୁଡିକରେ ନିୟୋଜିତ ଟ୍ରାନ୍ସ ଜେଣ୍ଡର ମାନେ ସେମାନଙ୍କ ଦାୟିତ୍ୱ ଆଧାରରେ ଟିକସ ଆଧାର କରୁଥିବା ବେଳେ ସେମାନେ ବ୍ୟକ୍ତିଗତ ଚାନ୍ଦା ମାଗୁଥିବା ଲୋକେ ଚିନ୍ତା କରୁଥିବା ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟ ସାଧାରଣ ମଣିଷ ଭଳି ଟ୍ରାନ୍ସ ଜେଣ୍ଡର ମାନେ ମଧ୍ୟ ସ୍ୱଛନ୍ଦରେ ଜୀବନ ଯାପନ କରିବା ସହ ନିଜ ନିଜ ଦାୟିତ୍ୱ ତୁଲାଇ ପାରିବେ ବୋଲି କିନ୍ନର ନେତ୍ରୀ ମୀରା ପରିଡା ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସଂଖ୍ୟକ କିନ୍ନର ଯୋଗଦାନ କରି ନିଜ ନିଜର ସମସ୍ୟ ସଂପର୍କରେ କିନ୍ନର ନେତ୍ରୀଙ୍କୁ ଅବଗତ କରାଇଛନ୍ତି ।

jittmm
Leave A Reply

Your email address will not be published.