oom

ମିଠାପାଲିରେ ଯାଦବ ସମାଜର ବାର୍ଷିକ ବୈଠକ : ନିଲାବତୀ ଯାଦବ କଲ୍ୟାଣ ମଣ୍ଡପ ନାମରେ ନାମିତ କରାଯିବା ପାଇଁ ନିଷ୍ପତ୍ତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ ଠାରେ ଯାଦବ ସମାଜର ସାମାଜିକ ବାର୍ଷିକ ବୈଠକ କଲାକାହ୍ନୁ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଏଥିରେ ମିଠାପାଲି ପଞ୍ଚାୟତର ସଭାପତି ଟିକେଲାଲ ମାହାର, ସଂପାଦକ ଡୋଲାମଣି ଦୀପ, କୋଷାଧ୍ୟକ୍ଷ ମଧୂସୁଦନ ମାହାର, ପାଇକମାଲ ବ୍ଳକ ସଭାପତି ବନମାଳୀ ଚନ୍ଦନ, ସଂପାଦକ ବାଳକୃଷ୍ଣ ବନଛୋର, ଜୋନ୍ ସଭାପତି ଭାସ୍କର ଭୋଇ, ପୂର୍ବତନ ସଭାପତି ବିଜୟ ହଂସ ପ୍ରମୁଖ ଯୋଗଦେଇ ଯାଦବ ସମାଜର ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ, ନିଶା ଓ ସମାଜର ଉନ୍ନତି ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିବା ବେଳେ ପଞ୍ଚାୟତ ଯାଦବ ସମାଜ କଲ୍ୟାଣ ପାଇଁ ଏକ ବୈଠକ ଗୃହ ନିର୍ମାଣ କରିବା ପାଇଁ ବିଜୟ ହଂସଙ୍କ ମା’ ନୀଲାବତୀ ହଂସ (ଗୁରୁଣ୍ଡା) ଜମି ଦାନ କରିଥିଲେ । ଉକ୍ତ ଜମିରେ ନୀଲାବତୀ ଯାଦବ କଲ୍ୟାଣ ମଣ୍ଡପ ନାମରେ ନାମିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଯାଦବ ସମାଜର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିବା ବେଳେ କାହ୍ନୁଚରଣ ବାଗ ସଭା ପରିଚାଳନା କରିଥିଲେ । ଟିକେଲାଲ ମାହାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.