ଆହ୍ଲାବାଦ : ପକ୍ସୋ ଆକ୍ଟକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ପକ୍ସୋ ଆକ୍ଟ ସହ ଜଡ଼ିତ ଏକ ମାମଲାରେ ୫ ଲକ୍ଷ ଟଙ୍କା ଜମା କରିବା ସର୍ତ୍ତରେ ଅଭିଯୁକ୍ତକୁ ଜାମିନ୍ ମଂଜୁର କରିଛନ୍ତି । ପୀଡ଼ିତା ମହିଳା ଓ ତାଙ୍କ ନାବାଳକ ଶିଶୁଙ୍କ ନାମରେ ବ୍ୟାଙ୍କ ଡ୍ରାଫ୍ଟ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଅପରାଧ ଯେତିକି ଗମ୍ଭୀର ହେଲେ ମଧ୍ୟ ସାର୍ଥକ ଢଙ୍ଗରେ ଆଇନ ଲାଗୁ କରାଯିବ ଉଚିତ ।