ନିରାଶ୍ରୟା ମହିଳାଙ୍କୁ ସରକାରୀ ଆବାସ ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ଗୌରୀ ଖର୍ସେଲ ରହିବାକୁ ଘର ଖଣ୍ଡିଏ ନଥିବାରୁ ସେ ଅତି ଦୁଖଦ ପରିସ୍ଥିତିରେ ଏକ ପଲିଥିନ ଘରେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି । ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଘର ଖଣ୍ଡିଏ ପାଇଁ ଗୁହାରୀ କଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଘର ମିଳିନାହିିଁ ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପ୍ରାୟ ୪ ମାସ ତଳେ ହାତୀପଲ ତାଙ୍କ ଘର ଭାଙ୍ଗି ଦେଇଥିଲେ । ସେବେ ଠାରୁ ସେ ତାଙ୍କ ପରିବାରକୁ ନେଇ ପଲିଥିନ ତଳେ ବାସ କରୁଛନ୍ତି । ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଗୌରୀ ଖର୍ସେଲଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.