oom

କେଜ୍ରିୱାଲ୍‌ଙ୍କ ଭବିଷ୍ୟବାଣୀ- ସିଏମ୍‌ ଚନ୍ନୀ, ସିଦ୍ଧୁ ଏବଂ ମଜିଠିଆ ନିର୍ବାଚନରେ ହାରିବେ

jsmm

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଭବିଷ୍ୟବାଣୀ ଦେଇ କହିଛନ୍ତି, ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ, ପଂଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ଏବଂ ଅକାଲି ନେତା ବିକ୍ରମ ମଜିଠିଆ ନିଜ ନିଜ ଆସନରେ ପରାଜିତ ହେବାକୁ ଯାଉଛନ୍ତି । ସେ କହିଛନ୍ତି ଯେ, ଆପ୍‌ ପକ୍ଷରୁ ଥରେ ନୁହେଁ ତିନି ତିନିଥର ସର୍ଭେ କରାଯାଇଛି ଏବଂ ଏଥିରୁ ଜଣାପଡ଼ିଛି ଯେ, ଉପରୋକ୍ତ ନେତାମାନେ ନିର୍ବାଚନରେ ପରାଜିତ ହେବେ । ଅରବିନ୍ଦ କେଜ୍ରିୱାଲ୍‌ ଦାବୀ କରିଛନ୍ତି ଯେ, ଯଦି ତାଙ୍କ ପାର୍ଟି ଶାସନରେ ଆସେ, ତେବେ ପଂଜାବର ହିତସାଧନ ହୋଇପାରିବ ।

jittmm
Leave A Reply

Your email address will not be published.