oom

ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବନବିଭାଗ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା ଶିବିର ସ୍ଥାନୀୟ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲକୁ ନିଆଁ ଲଗାଇ ଦେବାରୁ ଗଛ ପୋଡ଼ି ପାଉଁଶ ହେବା ସାଙ୍ଗକୁ ପରିବେଶ ମଧ୍ୟ ପ୍ରଦୂଷଣ ହେଉଛି । ବିଶେଷ କରି ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗି ଥାଏ ସେଥିପାଇଁ ସମସ୍ତେ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ପାଇକମାଲ ବନାଞ୍ଚଳ ଅଧିକାରୀ ହରି ଶଙ୍କର ନାଏକ ଯୋଗଦେଇ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରି ପାରିବା ସେ ନେଇ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । କିଶୋର ବୈକାର, ମିଠାପାଲି କେନ୍ଦୁବିଭାଗ ରେଞ୍ଜର ବିନୋଦ ବାଗ, ଫରେଷ୍ଟର ଦେବି ଲାଲା ବଞ୍ଜିରା, ଫରେଷ୍ଟର ସାଧୁ ବରିହା, ଚିନ୍ମୟ ପ୍ରଧାନ, ପାଇକମାଲ ଫରେଷ୍ଟର ଖେଳପ୍ରିୟ ସେଠ, ନୃସିଂହନାଥ ଲକେଶ୍ଵର ଭୋଇ, ପାଇକମାଲ ଅଗ୍ନିଶମ ବିଭାଗ ଅଧିକାରୀ ରବିନ୍ଦ୍ର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ଅଧିକାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.