oom

ହେଲିକେପ୍ଟର ଉଡ଼ାଣ ପାଇଁ ଅନୁମତି ନମିଳିବା ଉପରେ କହିଲେ ଚନ୍ନୀ- ମୋ ଉପରେ ଫିରୋଜପୁରର ପ୍ରତିଶୋଧ ନେଲେ କି ପିଏମ୍‌ ?

jsmm

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖ ଦିନ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ବିଜୟ ପାଇଁ ଜୋର୍‌ସୋର୍‌ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟତଃ କଂଗ୍ରେସର ଗଡ଼କୁ ଧସେଇ ପଶିବା ପାଇଁ ବିଜେପି ପ୍ରାଣପଣେ ଚେଷ୍ଟା କରୁଥିବା ରାଜନୀତି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ସମୟରେ ‘ପଂଚାୟତ ଆଜ୍‌ତକ୍‌’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସର ଦବ୍‌ଦବା ଚେହେରା ତଥା ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ତାଙ୍କୁ ହେଲିକେପ୍ଟର ଉଡ଼ାଣ ପାଇଁ ଅନୁମତି ନଦେଇ ପିଏମ୍‌ ମୋଦୀ ଫିରୋଜପୁର ଘଟଣାର ପ୍ରତିଶୋଧ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ଦୃଷ୍ଟିକୋଣରୁ ଚନ୍ନୀଙ୍କ ହେଲିକେପ୍ଟର ଉଡ଼ାଣ ପାଇଁ ଅନୁମତି ଦେଇନଥିଲେ ।

jittmm
Leave A Reply

Your email address will not be published.