jsm

ବଲାଙ୍ଗିର ସିଆର୍‌ପିଏଫ୍‌ ମୁଖ୍ୟାଳୟରେ ପୁଲୱାମା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ଥିତ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସିଆର୍‌ପିଏଫ୍‌ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ଯବାନ, ବିଭିନ୍ନ ଏନଜିଓର ସମସ୍ତ ଅଧିକାରୀ ଏବଂ ସାମାଜିକ କର୍ମୀ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିବା ବେଳେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ପ୍ରଥମେ ଦୀପ ପ୍ରଜ୍ୱଳନ କରିବା ସହ ଶହୀଦଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜିକୁ ୩ ବର୍ଷ ପୂର୍ବେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ସିଆର୍‌ପିଏଫ୍‌ ଯବାନ ନିଜର ଜୀବନକୁ ଉତ୍ସର୍ଗ କରି ଶହୀଦ ହୋଇଥିଲେ ବୋଲି ସେ କହିଥିଲେ । ପରେ ସମାଜସେବୀ ଶ୍ରୀମତୀ ସରସ୍ୱତୀ ନନ୍ଦ ଶ୍ରଦ୍ଧାଞ୍ଜଳି ସଭାରେ ଅଂଶଗ୍ରହଣକାରୀଙ୍କୁ ଜାତୀୟତା ପ୍ରତି ଉତ୍ସାହିତ ହେବାକୁ କହିବା ସହ ନୈତିକ ମୂଲ୍ୟବୋଧ, ମାନବୀୟ ଆଚରଣ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ଏକ ଜୀବନ୍ତ ଭାଷଣ ଦେଇଥିଲେ । ଏହି ଅବସରରେ ଗୋବିନ୍ଦ ଚନ୍ଦ୍ର ମିଶ୍ର, କାହ୍ନା ଶତପଥୀ, ସେମନାଥ ମିଶ୍ର, ଶ୍ରୀମତୀ ଶ୍ରୀପ୍ରଦା ସଡଙ୍ଗୀଙ୍କ ସହ ସମସ୍ତ ସହକାରୀ କମାଣ୍ଡାଣ୍ଟ, ସୁବେଦାର ମେଜର ବଳରାମ ପାତ୍ର, ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ।

yuvodaya
Leave A Reply

Your email address will not be published.