ରାସୋଳରେ ସୁଶାନ୍ତଙ୍କ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ସର୍ପାଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରାସୋଳ ଥାନା ଅନ୍ତର୍ଗତ ଖଣ୍ଡିତିରି ଗ୍ରାମର ସୁଶାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ପ୍ରତେକ ଦିନ ଭଳି ତପନ ମହାପାତ୍ରଙ୍କ କ୍ରସରକୁ କାମ କରିବାକୁ ଆସିଥିଲେ, ହେଲେ ଘରକୁ ଫେରିନଥିଲେ । ଏ ସମ୍ପର୍କରେ ସୁଶାନ୍ତଙ୍କ ସ୍ତ୍ରୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ତାଙ୍କ କହିବା ଅନୁଯାୟୀ ସୁଶାନ୍ତ ପ୍ରାୟ ତିନି ବର୍ଷ ଧରି ତପନ ମହାପାତ୍ରଙ୍କ କ୍ରସରରେ କାମ କରୁଥିଲେ । ପ୍ରତ୍ୟେକ ଦିନ ଭଳି ତପନ ମହାପାତ୍ରଙ୍କ କ୍ରସରକୁ ସୁଶାନ୍ତ କାମ କରିବାକୁ ଆସି ଆଉ ଘରକୁ ଫେରି ନଥିଲେ । ସକାଳେ ସୁଶାନ୍ତଙ୍କ ମୃତ ଦେହ ସର୍ପାଛକ ନିକଟସ୍ଥ ରାସ୍ତା କଡରେ ପଡ଼ିଥିବା ନେଇ ଗାଁ ଲୋକଙ୍କଠାରୁ ଖବର ପାଇଥିଲେ । ତପନ ମହାପାତ୍ରଙ୍କ କ୍ରସରରେ କାମ କରୁଥିବା ଜୈନିକ ବ୍ୟକ୍ତି ହିଁ ସୁଶାନ୍ତଙ୍କୁ ହତ୍ୟା କରିଛି ବୋଲି ସୁଶାନ୍ତଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସୁଶାନ୍ତ ଦିନ ମଜୁରିଆ ଭାବେ କାମ କରନ୍ତି, ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ, ତେବେ ଏ ଘଟଣାର ତଦନ୍ତ କରାଗଲେ ପ୍ରକୃତ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.