csstore

ବେହେରାପାଲି ବସନ୍ତ ମହୋତ୍ସବ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଦୁଇ ଦିନ ଧରି ଚାଲିଥିବା ବସନ୍ତ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ବିକ୍ରମାଦିତ୍ୟ ଉପାଧି ଧାରଣ, ବିଦେଶୀ ଶକ ଆକ୍ରମଣକାରୀ ପଶ୍ଚିମ ସତ୍ରାପକୁ ପରାସ୍ତ କରିବା ଏବଂ ମହାମୁର୍ଖ କାଳିଦାସ କିପରି ସରସ୍ବତୀଙ୍କ ବରଦାନରେ ଶ୍ରେଷ୍ଠ ପଣ୍ଡିତ ହୋଇଥିଲେ ସେହି ବିଷୟରେ ନାଟ୍ୟାଭିନୟ ଅନୁଷ୍ଠିତ ହୋଇଥିଲା । ଗ୍ରାମର କଳାକାରମାନେ ବିଭିନ୍ନ ଭୂମିକାରେ ବିକ୍ରମାଦିତ୍ୟ ଭାବେ ପୁଷ୍ପ ରଞ୍ଜନ ମେହେର, କାଳିଦାସ ଭାବେ ସୁଦାମ ସାହୁ, ବୀରସେନ ଭାବେ ରୋହିତ ମେହେର, ଜୟସେନ ଭାବେ ବାଳକୃଷ୍ଣ ଧୀବର, ଗୁପ୍ତଚର ଭାବେ ଅଶୋକ ମେହେର, ପଶ୍ଚିମ ସତ୍ରାପ ଭାବେ ଟେକଚାନ୍ଦ ମେହେର, ମନ୍ତ୍ରୀ ଭାବେ ବିଜୟ ସା, ସେନାପତି ଭାବେ ଭୂପେନ ସାହୁ, ଫକୀର ମେହେର ପ୍ରମୁଖ ଅଭିନୟ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଡୋଲାମଣି ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁଙ୍କୁ ସବୁଜ ମାନବ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ମଞ୍ଚ କଳାକାର କଳାକାହ୍ନୁ ଚୌହାନଙ୍କୁ ବିକ୍ରମାଦିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ବିକ୍ରମାଦିତ୍ୟଙ୍କ ଆଦେଶରେ ମଂଚ କଳାକାର ଶ୍ରୀ ଚୌହାନ ଜରାସନ୍ଧ ଭୂମିକା ପ୍ରଦର୍ଶନ କରିଥିଲେ । ଜାମିନୀ ବାରିକ, ସରିତା ବେହେରା, ସୁରଭି ତାଣ୍ଡି, ସୌରଭ ତାଣ୍ଡି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ସମସ୍ତ କଳାକାରଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରଦ୍ଧାକର ଭୁଏ, ସୌରଭ ସାହୁ, ଗଣେଶ ସୁଇ, ଠାକୁର ମେହେର, ଠାକୁର ବାଗ, ସୁଶାନ୍ତ ମେହେର, ପୁସ୍ତମ ବାଗ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.