ଖପ୍ରାଖୋଲ ପୁଲିସ କବଜାରେ ପାଣିମୋଟର ଚୋର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ପୁଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରୁଥିବା ଚୋର, ଡକାୟତ ଏବେ ଖପ୍ରାଖୋଲ ପୁଲିସର କବଜାରେ । ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଲସାଗର ଗ୍ରାମର ଟଙ୍କା ରଣାଙ୍କ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ହେଉଥିବା ୩ ଏଚପିର ଦୁଇଟି ପାଣି ମୋଟର ଗତ ୩ ତାରିଖରେ କେହି ଜଣେ ଚୋରୀ କରି ନେଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଖପ୍ରାଖୋଲ ପୁଲିସ ତନାଘନା ଆରମ୍ଭ କରିଥିଲା । ଖପ୍ରାଖୋଲ ପୁଲିସ ଗତକାଲି ପାଟଣାଗଡ଼ ଥାନା ମଲିକମୁଣ୍ଡା ଗ୍ରାମର ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଟିକେଶ୍ବର ମାଝି (୨୫) ଏବଂ ସାଗର ବାଗ(୨୭) ଅଭିଯୁକ୍ତଙ୍କଠାରୁ ଚୋରୀ ହୋଇଥିବା ଦୁଇଟି ପାଣି ମୋଟର ଜବତ ହୋଇଛି । ଏ ନେଇ ଖପ୍ରାଖୋଲ ଥାନା କେସ ନଂ ୨୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିବା ସହ ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.