ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବୁଦୁଲା ଗ୍ରା.ପରୁ ଜଣେ, ବଲାଙ୍ଗିର ବ୍ଲକ ଖୁଜେନ୍‌ପାଲି ଓ ଝାଙ୍କରପାଲି ଗ୍ରା.ପରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପରୁ ଜଣେ, ବେଲପଡା ବ୍ଲକ ଧୁମାଭଟା ଓ ବାଲିଖମାର ଗ୍ରା.ପରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ମହଲେଇ ଗ୍ରା.ପରୁ ଜଣେ, ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପରୁ ୩ ଜଣ, ନାନ୍ଦୁପଲା ଗ୍ରା.ପରୁ ୨ ଜଣ, ଓଡିଆପାଲି ଓ ତେଲେନପାଲି ଗ୍ରା.ପରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ରତାଖଣ୍ଡି, ବାନିପାଲି ଓ ଝାରମୁଣ୍ଡା ଗ୍ରା.ପରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ଡଙ୍ଗରପଡା ଗ୍ରା.ପରୁ ୧ ଜଣ, ପାଟଣାଗଡ ବ୍ଲକ ବାଲିପଟା ଗ୍ରା.ପରୁ ୧ ଜଣ, ସଇଁନ୍ତଲା ବ୍ଲକ ବିବିନା ଗ୍ରା.ପରୁ ୧ ଜଣ, ଟିଟିଲାଗଡ ବ୍ଲକ ନରେନ ଓ ପରାସର ଗ୍ରା.ପରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.