csstore

ଇଲେଭେନ୍‌ ଷ୍ଟାର କ୍ରିକେଟ କପ୍‌ : ସେମିରେ ପଦ୍ମପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ୍‌ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ ଦହିଁଗାଁ ଦଳକୁ ହରାଇ ଏବଂ ଦ୍ୱିତୀୟତୀୟ ମ୍ୟାଚରେ ପଦ୍ମପୁର ଦଳ ଖଲିଆପାଲି ଦଳକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଲ ମ୍ୟାଚରେ ବୁଡେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟରେ ୭୫ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ପଦ୍ମପୁର ୩ ଉଇକେଟ ହରାଇ ୭୬ରନ କରି ବିଜୟୀ ହୋଇଥିଲେ । ମ୍ୟାଚ ଶେଷରେ ଯୁବ ଆଇନଜୀବି ଚିନ୍ମୟ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ରଂଜନ ମେହେର, ସୁରତ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ପଦ୍ମପୁର ଦଳର ଅନିଲଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ତନୁ, ସତ୍ୟ, ସୁଶୀଲ, ମନ, ସୁମନ୍ତ, ଅମ୍ପାୟାରିଂ, ସୋନୁ, ଲବ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ମନ ଓ ଦୀପକ ଧାରା ବିବରଣୀ ପ୍ରଦାନ କରିଥିଲେ । ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ସାନ ଆଦି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.