jittmm
sonalika

ଉତ୍କଳମଣି ଯୁବକ ସଂଘ ପରିସରରେ ଡ.ରାଧାକାନ୍ତ ସେଠଙ୍କୁ ବିଦାୟକାଳୀନ ସମର୍ଦ୍ଧନା

ଭୁତିଆରବାହାଲ, (କେପିଏନ୍‌ଏସ୍‌) : ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ଥାନୀୟ ସର୍ବପୁରାତନ ଅନୁଷ୍ଠାନ ଉତ୍କଳମଣି ଯୁବକ ସଂଘ ପରିସରରେ ଡ. ରାଧାକାନ୍ତ ସେଠଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଡ.ରାଧାକାନ୍ତ ସେଠ ହେଉଛନ୍ତି ଭୁତିଆରବାହାଲ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ସୁନାମଧଦ୍ୟ, ମେଳାପୀ ଚିକିତ୍ସକ । ଭୁତିଆରବାହାଲରେ ଦୀର୍ଘ ଦିନର ଚାକିରି ଜୀବନ ପରେ ସେ ଜାନୁୟାରୀ ୩୧ରେ ଅବସର ଗ୍ରହଣ କରିଥିବା ବେଳେ ଆଜି ଉତ୍କଳମଣି ଯୁବକ ସଂଘ ତରଫରୁ ଏକ ବିଦାୟକାଳୀନ ସଭାରେ ନୂତନ ସେଠ, ଡିଗେଶ୍ୱର ଭୋଇ, ପ୍ରସନ୍ନ ପୁଟେଲ ଓ ହର ଭାଟୀ ପୁଷ୍ପଗୁଚ୍ଛ ଦେବା ସହ ଉତ୍ତରୀୟ ଦେଇ ଡ.ସେଠଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଏକ ସଭା ଅନୁଷ୍ଠିତ ହୋଇ ଡ.ସେଠଙ୍କ ଲୋକଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭଲପାଇବା ଗଭୀର ଭାବେ ଥିଲା ବୋଲି ଗ୍ରାମର ବରିଷ୍ଠ ନାଗରିକ ତଥା ଗୁରୁ ରବିରାମ ଦାସ ଆଲୋକପାତ କରିଥିଲେ । ପରେ ଡ.ସେଠ ଆଖିଛଳ ଛଳ ହୋଇ ଭୁତିଆରବାହାଲରେ ଥିବା ସୃତି ସବୁ ବଖାଣି ଥିଲେ । ସଭାର ସଭାପତି ପଞ୍ଚାନନ ଭୋଇ ସରକାରୀ ଭାବେ ଆପଣଙ୍କୁ ବିଦାୟ ଦିଆଯାଉଛି ଡ.ସେଠ ଆପଣ ସବୁବେଳ ହୃଦୟରେ ଓ ଆମ ଗାଁ ସହ ସର୍ବଦା ରହିଥିବ ବୋଲି ମତ ପ୍ରକାଶ କରିଥିଲେ । ପରେ ନୂତନ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଲଲିତ ବାଗ, ମୁକୁନ୍ଦ ଭୋଇ, ଚିତ୍ତରଞ୍ଜନ ଭୋଇ, ବେଣୁଧର ନାଏକ, କୈଳାସ ଚନ୍ଦ୍ର ଭୋଇ, ମନୋଜ ଭୋଇ, ରଞ୍ଜନ ନାଏକ, ମୁକେଶ ନାଏକ, ସଣ୍‌ର୍ଣ୍ଣ ଭାଟି, ମୁକେଶ ପୁଟେଲ, ଭଗବାନ ପୁଟେଲ, ଅଖଣ୍ଡ ଭୋଇ, ସ୍ୱାଧୀନ ନାଏକ, ଆଶିଷ ବାଗ, ସଂଜୀବ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.