ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଦାଦନ ସର୍ଦ୍ଦାରଠାରେ ବନ୍ଧା ପଡିଲେ ପତ୍ନୀ, ଏକା ଫେରିଲେ ସ୍ୱାମୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ମହୁଲପଡା ଗାଁରେ ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଏକ ଦମ୍ପତି ଦାଦନ ଖଟିବା ପାଇଁ ଯାଇ ସ୍ୱାମୀ ଏକା ଫେରିଥିବା ବେଳେ ପତ୍ନୀ ସର୍ଦ୍ଦାରଠାରେ ବନ୍ଧା ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ମହୁଲପଡା ଗ୍ରାମର ହୃଦାନନ୍ଦ ଘିବେଲା ଓ ତାଙ୍କ ସ୍ତ୍ରୀ ଡାଳିମ୍ବ ଦୁଇ ପଇସା ରୋଜଗାର ପାଇଁ ଦାଦନ ଖଟିବାକୁ ଯାଇଥିଲେ । ଘରେ ଥିବା ପୁଅ ରୋଗାକ୍ରାନ୍ତ ହେବା ଖବର ଶୁଣିବା ପରେ ବାପା ମା’ ଉଭୟ ଫେରି ଆସିବାକୁ ଚେଷ୍ଟା କରିଥିଲେ କିନ୍ତୁ ସର୍ଦ୍ଦାର କେବଳ ବାପାଙ୍କୁ ଛାଡିଥିଲା ହେଲେ ମା’ଙ୍କୁ ଛାଡି ନଥିଲେ । ସୂଚନା ଅନୁସାରେ ହୃଦାନନ୍ଦଙ୍କ ମଝିଆ ପୁଅ ନରସିଂହ ମାନସିକ ବିକାର ଗ୍ରସ୍ତ ହୋଇଥିବା କାରଣରୁ ସେମାନେ ତାଙ୍କ ପୁଅର ଚିକିତ୍ସା କରିବା ନିମନ୍ତେ ଫେରି ଆସିବା ପାଇଁ ଚେଷ୍ଟା କରିଥିଲେ ହେଲେ ଦାଦନ ସର୍ଦ୍ଦାର କେବଳ ହୃଦାନନ୍ଦଙ୍କୁ ଛାଡିଥିବା ବେଳେ ତାଙ୍କ ପତ୍ନୀଙ୍କୁ ଛାଡିବା ପାଇଁ ମନା କରି ଦେଇଥିଲେ ଯେତେ ନେହୁରା ହେଲେ ମଧ୍ୟ ସେ ଛାଡିନଥିବା ଅଭିଯୋଗ ହୋଇଛି । ଏବେ ହୃଦାନନ୍ଦ ଏକା କିପରି ନିଜ ନିଜ ପୁଅର ଚିକିତ୍ସା କରାଇବେ ଏବଂ କିପରି ନିଜ ସ୍ତ୍ରୀଙ୍କୁ ସର୍ଦ୍ଦାରଙ୍କଠାରୁ ମୁକୁଳାଇବେ ଏନେଇ ସେ ଚିନ୍ତାରେ ପଡିଛନ୍ତି । ଏନେଇ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନଙ୍କୁ ଜଣାଇବାରୁ ସେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.