oom

ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଅଧିବେଶନ ନେଇ ପ୍ରସ୍ତୁତି ବୈଠକ

jsmm

ଜୟପୁର, (କେପିଏନ୍‌ଏସ୍‌) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଜାତୀୟ ପରିଷଦ ସଦସ୍ୟା ତଥା କେବିକେ ସମାଚାରର ସମ୍ପାଦକ ବିନୋଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଗଠନର ସଭାପତି ରବି ରଥ, ସାଧାରଣ ସମ୍ପାଦକ ଜଗଦିଶ ମିଶ୍ର, ଚିତ୍ତ ରଞ୍ଜନ ସ୍ୱାଇଁ, ଭଜରାମ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କେଶବ ଦତ୍ତ ଚାଣ୍ଡୋଳାଙ୍କ ସହ ଆଲୋଚନା କରାଯାଇଥିଲା । ଏହି ରାଷ୍ଟ୍ରୀୟ ଅଧିବେଶନକୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ରାଜ୍ୟର ପ୍ରମୁଖ ମନ୍ତ୍ରୀ ମାନେ ଏଥିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଏକ ଆକର୍ଷଣିୟ ସ୍ମରଣୀକା ପ୍ରକାଶନ କରାଯିବା ପାଇଁ ସ୍ଥିରିକୃତ ହୋଇଥିଲା । ସ୍ମରଣିକାରେ ସଦସ୍ୟ ମାନଙ୍କ ରଙ୍ଗିନ ଫଟୋଚିତ୍ର ଏବଂ ସମ୍ବାଦପତ୍ରର ସମ୍ପୂର୍ଣ୍ଣ ପରିଚୟ ସ୍ଥାନିତ କରିବା ପାଇଁ ସ୍ଥିର କରାଗଲା । ଏ ସଂପର୍କରେ ସଦସ୍ୟ ମାନେ ସେମାନଙ୍କ ପାସ୍‌ଫଟୋ ସହିତ ସମ୍ବାଦ ପତ୍ରର ସମ୍ପୂର୍ଣ୍ଣ ବିବରଣୀ ଫେବୃୟାରୀ ୧୫ତାରିଖ ସୁଦ୍ଧା ପ୍ରେରଣ କରିବାକୁ ଅନୁରୋଧ କରାଗଲା । ମୁଖ୍ୟ ଆୟୋଜକ ଶ୍ରୀ ମହାପାତ୍ର ଏହାର ସଫଳତା ପାଇଁ ବିଭିନ୍ନ ରାଜନେତାଙ୍କ ସହିତ ଆଲୋଚନା କରିଥିବା କହିଥିଲେ । ରାଷ୍ଟ୍ରୀୟ ଅଧିବେଶନର ଗୁରୁତ୍ୱ ଦୃଷ୍ଟିରୁ ସଦସ୍ୟ ମାନେ ଯଥାଶକ୍ତି ସହାୟତା ଦେବା ପାଇଁ କୁହାଯାଇଥିଲା । ଏହି ଅଧିବେଶନରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଦୁଇଶହରୁ ଅଧିକ ବିଭିନ୍ନ ସମ୍ବାଦପତ୍ରର ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.