ମୋଦୀ ଜୀ, ଚୀନ୍ ଦ୍ୱାରା ଅଧିକୃତ ଜମି ଆମକୁ କେବେ ମିଳିବ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ବାଳକଙ୍କୁ ଭାରତ ହସ୍ତାନ୍ତର କରିବା ପରେ ଚୀନ୍‌ର ବେଆଇନ ଭାବେ ଅଧିକୃତ ଜମିକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ହିନ୍ଦୀରେ ଏକ ଟୁଇଟ୍‌ରେ କହିଛନ୍ତି ଯେ ଚୀନ୍ ମିରାମ ତାରୋନ୍‌କୁ ଫେରାଇ ଦେଇଛି ବୋଲି ଜାଣି ମୁଁ ଅତ୍ୟନ୍ତ ଖୁସି ଅନୁଭବ କରିଛି । କିନ୍ତୁ ପ୍ରଧାନମନ୍ତ୍ରୀ ଚୀନ୍‌ ଦ୍ୱାରା ବେଆଇନ ଭାବେ ଅଧିକୃତ ହୋଇଥିବା ଜମିକୁ ଆମେ କେବେ ଫେରି ପାଇବୁ ବୋଲି ସେ ପ୍ରଶ୍ନ ବାଢ଼ିଛନ୍ତି ।

ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଏବଂ ଉତ୍ତର ପୂର୍ବରେ ଚାଇନାର ଦଖଲକୁ ବିରୋଧ କରି କଂଗ୍ରେସ ପୂର୍ବରୁ ଅଭିଯୋଗ କରିଥିଲା ​​ଯେ, ଚୀନ୍ ଭାରତୀୟ ଅଞ୍ଚଳ ଭିତରେ ଗ୍ରାମ ନିର୍ମାଣ କରିଛି । ନୂତନ ସାଟେଲାଇଟ୍ ଚିତ୍ର ଗୁଡ଼ିକରେ ଗତ ଏକ ବର୍ଷ ମଧ୍ୟରେ ଭୁଟାନ ଅଞ୍ଚଳରେ ଚାଇନାର ଗ୍ରାମ ନିର୍ମାଣ ହୋଇଥିବା ଦର୍ଶାଯାଇଛି । ଏହି ନୂତନ ଗ୍ରାମଗୁଡିକ ପ୍ରାୟ ୧୦୦ ବର୍ଗ କିଲୋମିଟର (୨୫,୦୦୦ ଏକର) ଅଞ୍ଚଳରେ ବ୍ୟାପିଛି ଏବଂ ମେ’ ୨୦୨୦ରୁ ନଭେମ୍ବର ୨୦୨୧ ମଧ୍ୟରେ ନିର୍ମାଣ କରାଯାଇଥିଲା । ଏହି ନୂତନ ଗ୍ରାମଗୁଡିକ ଡୋକଲାମ ମାଳଭୂମି ନିକଟରେ ଅବସ୍ଥିତ, ଯେଉଁଠାରେ ୨୦୧୭ରେ ଭାରତ ଏବଂ ଚୀନ୍ ସଂଘର୍ଷ ହୋଇଥିଲା । ଏହା ପରେ ଚାଇନା ଏହି ଅଂଚଳରେ ଭାରତୀୟ ସୁରକ୍ଷାକୁ ଅତିକ୍ରମ କରି ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କଲା । ଦଳ କହିଛି ଯେ, ଭୁଟାନ ମାଟିରେ ନୂତନ ନିର୍ମାଣ ଭାରତ ପାଇଁ ବିଶେଷ ଚିନ୍ତାର ବିଷୟ, କାରଣ ଭାରତ ଭୁଟାନକୁ ଏହାର ବୈଦେଶିକ ସମ୍ପର୍କ ନୀତି ଉପରେ ପରାମର୍ଶ ଦେଇଛି ଏବଂ ଏହାର ସଶସ୍ତ୍ର ବାହିନୀକୁ ତାଲିମ ଦେଉଛି ।

Leave A Reply

Your email address will not be published.