ପଶ୍ଚିମବଙ୍ଗର ପୂର୍ବତନ ସିଏମ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ‘ପଦ୍ମ ଭୂଷଣ’ ଗ୍ରହଣ କରିବାକୁ ମନା କଲେ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ତାଙ୍କ ସହ ପଶ୍ଚିମବଙ୍ଗର ପୂର୍ବତନ ସିଏମ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି । କିନ୍ତୁ ପଶ୍ଚିମବଙ୍ଗର ପୂର୍ବତନ ସିଏମ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏକ ବିବୃତ୍ତିରେ କହିଛନ୍ତି ଯେ, ସେ ପଦ୍ମ ଭୂଷଣ ପୁରସ୍କାର ଗ୍ରହଣ କରିବେ ନାହିଁ ।

ବଙ୍ଗଳାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇର ବରିଷ୍ଠ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ପଦ୍ମ ଭୂଷଣ ପୁରସ୍କାର ବିଷୟରେ ମୁଁ କିଛି ଜାଣେ ନାହିଁ । ମୋତେ ଏହା ବିଷୟରେ କେହି କହି ନାହାଁନ୍ତି । ଯଦି ମୋତେ ପଦ୍ମ ଭୂଷଣ ଦିଆଯାଇଛି, ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି । ଭଟ୍ଟାଚାର୍ଯ୍ୟଙ୍କ ସହ ଏହା ଦଳର ନିଷ୍ପତ୍ତି ବୋଲି ସିପିଆଇ (ଏମ୍) କହିଛି ।

Leave A Reply

Your email address will not be published.