ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୪୮୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୪୮୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୭୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୮୫୩୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୦୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୪, ବାଲେଶ୍ୱରରୁ ୧୬୯, ବରଗଡରୁ ୭୨, ଭଦ୍ରକରୁ ୧୦୬, ବଲାଙ୍ଗିରରୁ ୧୪୦, ବୌଦ୍ଧରୁ ୨୮, କଟକରୁ ୪୪୩, ଦେବଗଡରୁ ୮୫, ଢେଙ୍କାନାଳରୁ ୮୪, ଗଜପତିରୁ ୬୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୯୬, ଯାଜପୁରରୁ ୧୩୪, ଝାରସୁଗୁଡାରୁ ୭୦, କଳାହାଣ୍ଡିରୁ ୧୫୫, କନ୍ଧମାଳରୁ ୮୦, କେନ୍ଦ୍ରାପଡାରୁ ୬୦, କେଉଁଝରରୁ ୬୯, ଖୋର୍ଦ୍ଧାରୁ ୧୨୫୩, କୋରାପୁଟରୁ ୮୧, ମାଳକାନଗିରିରୁ ୪୩, ମୟୁରଭଞ୍ଜରୁ ୧୭୯, ନବରଙ୍ଗପୁରରୁ ୧୨୪, ନୟାଗଡରୁ ୨୧୦, ନୂଆପଡାରୁ ୧୪୨, ପୁରୀରୁ ୭୬, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୪୯, ସୁବର୍ଣ୍ଣପୁରରୁ ୪୨, ସୁନ୍ଦରଗଡରୁ ୧୫୯ ଓ ଷ୍ଟେଟ ପୁଲ୍‌ରୁ ୨୬୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.