pakka

ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଥିବା କାଲିଚରଣଙ୍କୁ ମୁକ୍ତ କରିବା ପାଇଁ ଧାରଣା : ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଉପାସନେ ବି ଧାରଣାରେ ସାମିଲ୍‌

bbehera

ରାୟପୁର : ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଥିବା କାଲିଚରଣଙ୍କୁ ମୁକ୍ତ କରିବା ପାଇଁ ଏବେ ଧାରଣା ଆରମ୍ଭ ହୋଇଯାଇଛି । ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଉପାସନେ ଏବଂ ଧର୍ମ ସଂସଦର ଆୟୋଜକ ପଣ୍ଡିତ ନୀଳକାନ୍ତ ତ୍ରିପାଠୀ ଗୁରୁବାର ଦିନ ରାଜଧାନୀ ରାୟପୁରର ରେଳ ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତ କାଲିଚରଣ ମହାରାଜଙ୍କୁ ମୁକ୍ତ କରିବାକୁ ଦାବୀ କରିଛନ୍ତି ।

ଉପାସନେ ଏବଂ ନୀଳକାନ୍ତ ତ୍ରିପାଠୀ କହିଛନ୍ତି ଯେ, କାଲିଚରଣ ମହାରାଜଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ସାଧୁ ସମ୍ପ୍ରଦାୟ ପାଇଁ ଅପମାନ । ରାଜଦ୍ରୋହ ଧାରା ହଟାଇ କାଲିଚରଣଙ୍କୁ ମୁକ୍ତ ନ କରାଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ଯଦି ସରକାର କାଲିଚରଣଙ୍କୁ ମୁକ୍ତ କରିବାର ଦାବୀକୁ ଗ୍ରହଣ ନକରନ୍ତି, ତା’ହେଲେ ଆନ୍ଦୋଳନ ତୀବ୍ର ହେବ ।

ଏଠାରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରି କାଲିଚରଣଙ୍କ ମୁକ୍ତି ଦାବୀ କରୁଥିବା ଉପାସନେଙ୍କୁ କଟାକ୍ଷ କରିଛି । କଂଗ୍ରେସ ସଂଚାର ବିଭାଗର ସଭାପତି ସୁଶୀଲ ଆନନ୍ଦ ଶୁକ୍ଲା କହିଛନ୍ତି ଯେ, ବିଜେପି ନେତା ସଚ୍ଚିଦାନନ୍ଦ ଉପାସନେଙ୍କ ତରଫରୁ କାଲିଚରଣଙ୍କୁ ମୁକ୍ତ କରାଯିବା ଦାବୀ ଦ୍ୱାରା ଏହା ସ୍ପଷ୍ଟ ହୋଇଛି ଯେ, ରାୟପୁରରେ ଆୟୋଜିତ ଧର୍ମ ସଂସଦ ବିଜେପିର ଷଡଯନ୍ତ୍ରର ଏକ ଅଂଶ ଓ କାଲିଚରଣଙ୍କୁ ଡାକି ମହାତ୍ମା ଗାନ୍ଧୀଙ୍କ ଉପରେ ମତାମତ ଦେବାକୁ ବିଜେପି ଷଡଯନ୍ତ୍ର କରିଥିଲା ।

jay balangir
Leave A Reply

Your email address will not be published.

5 × one =

error: Content is protected !!