jsm

ପିକେ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଭୁତିଆରବାହାଲ ଚମ୍ପିଆନ

csstore

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାରସମାଲ ପଞ୍ଚାୟତର ପୁଲସଖଣ୍ଡ ଗ୍ରାମରେ ପି.କେ. ଷ୍ଟାରକ୍ଲବ୍ ଆନୁକୂଲ୍ୟରେ ପଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୨୧/୦୧/୨୦୨୧ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ ଭୁତିଆରବାହାଲ, ମାଟୁପାଲିକୁ ଏକ ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ବିଜୟୀ ହୋଇ ଚମ୍ପିଆନ ହୋଇଛି । ଏହି ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି କୁମୁଦିନୀ ବାଗ, ଶୁସିଲ ଚାନ୍ଦ, ଲକ୍ଷ୍ମଣ ମେହେର ମୂଖ୍ୟ ଆକର୍ଷଣ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦୟା ମଲ୍ଲିକ, ଇନ୍ଦ୍ରମଣୀ ନାଏକ, ଦୟାନିଧି ଖମାରୀ, ଉପେନ୍ଦ୍ର ବାଗ, ଅନ୍ତଯ୍ୟାମୀ ବାଗ, ଚୈତନ୍ୟ କାଲସାଏ, ଅନ୍ତର୍ୟ୍ୟାମୀ ଭୋଇ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.