oom

ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ : ଜାତୀୟ ରାଜପଥ ଅବରୋଧ କଲେ ଲୋକେ, ବୁଝାସୁଝା ପରେ ହଟିଲା ରାସ୍ତା ଅବରୋଧ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଥାନା କେରମେଲି ପଞ୍ଚାୟତ ବନାରସ ଗ୍ରାମର ଟଙ୍କ ମହାକୁର(୬୭)ଙ୍କ ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ, ଟଙ୍କ ମହାକୁର କେରମେଲି ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଆସିଥିବା ବେଳେ ଦୃତ ଗତିରେ ଏକ ଇଣ୍ଡିକୋ ଗାଡି (ଓଡି୦୩ଏ୪୮୦୮) ଗାଡି ଧକ୍କା ଦେବାରୁ ବୃଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅତି ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଲୋକେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିବା ବେଳେ ଖବର ପାଇବା ପରେ ଘଟଣା ସ୍ଥାନରେ ସ୍ଥାନୀୟ ଥାନାରେ ଅଧିକାରୀ ଅବନୀ ସାହୁ ପହଁଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

jittmm
Leave A Reply

Your email address will not be published.