om academy

ବରଦାରେ ଦଣ୍ଡକାଳୀ ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସମୟ ଘୁଞ୍ଚିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ମାଘମାସ ପ୍ରତିପଦାରେ ଯଥା ରୀତିରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ୍ ଅଧିନସ୍ଥ ମଲ୍ଲାଡ଼ ଗ୍ରାମ ପଞ୍ଚାୟତର ବରଦା ଗ୍ରାମରେ ହେବାକୁ ଥିବା ପ୍ରମୁଖ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟ ଦୀର୍ଘଦିନ ପାଇଁ ଘୁଞ୍ଚିଗଲା ବୋଲି ସୂଚନା ରହିଛି । ବରଦା ଗ୍ରାମରେ ନିର୍ମାଣାଧୀନ ଯଥାକ୍ରମେ ଦଣ୍ଡକାଳୀ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର ଏବଂ ଗ୍ରାମଦେବୀ ମନ୍ଦିର ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏବଂ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆଦି ଧର୍ମାନୁଷ୍ଠାନ ମହୋତ୍ସବ ତଥା ବିଶାଳ ଆଧ୍ୟାତ୍ମିକ ସମାବେଶ ନିମନ୍ତେ ସମୟ ଘୁଞ୍ଚିଲା ବୋଲି ବରଦା ଗ୍ରାମବାସୀ ବୃନ୍ଦ ତଥା ଯଜ୍ଞାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ମହାମାରୀ କୋରନା କଟକଣା ଲାଗି ଏହି ବିବିଧ ଧାର୍ମିକ-କାର୍ଯ୍ୟ ସ୍ଥଗିତ ରଖାଗଲା । ପରବର୍ତ୍ତୀ ପର୍ଯ୍ୟାୟରେ କରୋନା ସଂକ୍ରମଣର ସ୍ଥିତିକୁ ଭିତ୍ତିକରି ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ଏହି କାର୍ଯ୍ୟକ୍ରମ ସମାହିତ ହେବ ବୋଲି କୁହାଯାଇଛି ।ଆଧ୍ୟାତ୍ମିକ ପ୍ରେମୀ ବନ୍ଧୁମାନଙ୍କୁ ସର୍ବସାଧାରଣରେ ଏ ଦିଗରେ ଅବଗତ ହେବାକୁ ଉକ୍ତ ପରିଚାଳନା କମିଟି ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇଛି ।

Leave A Reply

Your email address will not be published.

17 − seventeen =