csstore

ଗଜଲ୍‌ : ସହି ହେବା କାଏଁ କହ

  • ଦୁର୍ଗାମାଧବ ପଣ୍ଡା

ଯାହାର୍‌ ଦିହେଁ କାହାର୍‌ ଛାଏଁ ପଡ଼ିଗଲେ
ମତେ ବାଧୁଥିଲା ଯହ
ସେ ଯଦି ଯିବା ଜୁଲି ହେଇ କାହାର୍‌
ସହି ହେବା କାଏଁ କହ ।୧।

ଯାହାର୍‌ ମୁହୁଁ ଦେଖି ବେଲ୍‌ ଉଦୁଥିଲା
ରାଏତ୍‌ ଯାଉଥିଲା ସରି
ସେ ଯଦି କେଭେ ମୁହୁଁ ମୁରିନେବା
ସହି ହେବା କାଏଁ କହ ।୨।

ଯେ କହୁଥିଲା ଆଏଁଖ୍‌ ମୁଜି ଦେଲେ
ମୁଇଁ ଥିସିଁ ତାର୍‌ ପାଶେ
ଆଏଜ୍‌ ମତେ ଦେଖି ଲୁକି ବୁଲେ ଯଦି
ସହି ହେବା କାଏଁ କହ ।୩।

ବାଟ୍‌ ଚାଲୁଥିଲା ଛାଏଁ ଲେଖେଁ ଦିନେ
ହେଲେ ଗଲା ହାତ୍‌ ଛାଡ଼ି
ଆଉ କାହାର୍‌ ସଙ୍ଗେ ବୁଲୁଥିବା ଯଦି
ସହି ହେବା କାଏଁ କହ । ୪।

ଯେ ଶୁନୁଥିଲା ମନର୍‌ କଥାକେ
ସେ ଯଦି ଗଲା ଭୁଲି
କାହାକେ କହେମି କାଏଁ ବଲି କହେମି
କହି ହେବା କାଏଁ କହ ।୫।

ମୋ. ନଂ. : ୭୯୭୮୩୦୩୮୯୯

jayashree
Leave A Reply

Your email address will not be published.