ପୂର୍ବତନ ସରପଞ୍ଚ ପ୍ରତାପ ସ୍ୱାଇଁଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜେନାପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟ ପ୍ରତାପ ସ୍ବାଇଁଙ୍କ ଗତକାଲି ଅପରାହ୍ନରେ ତାଙ୍କ ବାସଭବନରେ ପରଲୋକ ଘଟିଥିବା ସୂଚନା ମିଳିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ବହୁ ରାଜନେତା, ଜନପ୍ରତିନିଧି, ଶିକ୍ଷାବିତ, ବୁଦ୍ଧିଜୀବୀ, ସମାଜସେବୀ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ସ୍ୱର୍ଗତ ସ୍ବାଇଁ ଅମର ଆତ୍ମାର ସଦଗତି କାମନା କରି ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୁରୀ ସ୍ଵର୍ଗ ଦ୍ଵାର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ବଡ଼ ପୁଅ ହରିହର ସ୍ବାଇଁ ମୁଖାଗ୍ନି ଦେଇଥିଲେ । ପରିବାର ବର୍ଗ, ପଡୋଶୀଙ୍କ ସହ କଂଗ୍ରେସ ନେତା ବିଶ୍ଵକେସନ ହରିଚନ୍ଦନ ମହାପାତ୍ର ସହିତ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.