ପଞ୍ଚାୟତ ନିର୍ବାଚନ ନେଇ ଡେଲାଙ୍ଗ ବ୍ଲକସ୍ତରୀୟ ଜାଗୃତି କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିିଆ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ ସୂଚାରୁ ରୂପେ ପରିଚାଳନା ପାଇଁ ବ୍ଲକସ୍ତରୀୟ ଏକ ଜାଗୃତିକ କର୍ମଶାଳା ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ ପଞ୍ଚାୟତ ଅଧିକାରୀ ରତିକାନ୍ତ ସାହୁ, ସହକାରୀ ଯନ୍ତ୍ରୀ ରାଜେଶ୍ଵର ମହାରଣାଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ସହ ୨୧ଟି ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶଗ୍ରହଣ କରିଥିଲେ । ସରପଞ୍ଚ ଓ ୱାର୍ଡ ସଭ୍ୟ ପଦ ପାଇଁ ସେହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଜାନୁୟାରୀ ୧୭ରୁ ୨୧ ତାରିଖ ପର୍ୟ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର, ସତ୍ୟପାଠ ଫର୍ମ ପ୍ରଦାନ ଓ ଗ୍ରହଣ କରାଯିବ । ସମିତି ସଭ୍ୟ ପଦ ପାଇଁ ନାମାଙ୍କନପତ୍ର, ସତ୍ୟପାଠର ନମୁନା ପ୍ରଦାନ ଓ ଗ୍ରହଣ ବ୍ଲକ କାର୍ଯ୍ୟାଳୟରେ ହେବ । ଜିଲ୍ଲାପରିଷଦ ସଭ୍ୟ ପଦ ପାଇଁ ନାମାଙ୍କନପତ୍ର ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରହଣ ଓ ଯାଞ୍ଚ କରାଯିବ । ନାମାଙ୍କନପତ୍ର ସାଧାରଣ ବର୍ଗ ୱାର୍ଡ ସଭ୍ୟ ପାଇଁ ୫୦ଟଙ୍କା, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ୧୦୦ ଟଙ୍କା ଓ ଜିଲ୍ଲାପରିଷଦ ସଭ୍ୟ ପାଇଁ ୨୦୦ଟଙ୍କା ଥିବା ବେଳେ ଅନୁସୂଚିତ ଜାତି/ ଜନଜାତିର ୱାର୍ଡ ସଭ୍ୟ ପାଇଁ ୨୫ଟଙ୍କା, ସରପଞ୍ଚ ଓ ସମିତ ସଭ୍ୟ ପାଇଁ ୫୦ଟଙ୍କା, ଜିଲ୍ଲାପରିଷଦ ସଭ୍ୟଙ୍କ ପାଇଁ ୧୦୦ଟଙ୍କା ଦାଖଲ କରିବେ । ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀ ମାନେ ଜାତିଗତ ପ୍ରମାଣ ପତ୍ର ଦାଖଲ କରିବେ । ୱାର୍ଡ ସଭ୍ୟ ସେହି ୱାର୍ଡର ମତଦାତା ହୋଇଥିବା ବେଳେ ସରପଞ୍ଚ ସେହି ପଞ୍ଚାୟତ ଓ ସମିତିସଭ୍ୟ ସେହି ବ୍ଲକର ମତଦାତା ହୋଇଥିବା ଆବଶ୍ୟକ । ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ, ନିରେପେକ୍ଷ ଓ ସୁପରିଚାଳନା ପରିଚାଳନା କରାଯିବ ବୋଲି ବିଡ଼ିଓ ଶ୍ରୀ ଷଡଙ୍ଗୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.