pakka

ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ହାଇକୋର୍ଟରେ ମାମଲା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ କାର୍ଯ୍ୟରତ ୧୦ ହଜାର ୫୩୬ ଜଣ ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ଧରି ସଂଘ ରାଜ୍ୟ ସରକାରଙ୍କ ଠାରେ ଦାବୀ କରି ଆସୁଛି । ଇତି ମଧ୍ୟରେ ବରଗଡ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକର ୧୫ଜଣ ଓ ଝାରବନ୍ଧ ବ୍ଲକର ୨୯ଜଣ ମିନି ଅଙ୍ଗନବାଡି ୱାର୍କର ତାଙ୍କୁ ଅଙ୍ଗନବାଡିର ମାନ୍ୟତା ଦେବା ପାଇଁ ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମିନି ଅଙ୍ଗନବାଡି ୱାର୍କର ମାନଙ୍କ ରିଟ୍ ପିଟିସନ ଗ୍ରହଣ କରି ହାଇକୋର୍ଟ କେଶନଂ W.P( C ) ୩୯୨୭୩ ଅନୁଯାୟୀ ଶ୍ରୀ ବି.ଆର ଷଡଙ୍ଗୀ ହାଇକୋର୍ଟର ମାନ୍ୟବର ଜଷ୍ଟିସ ଗତ ତା ୨୦/ ୧୨/୨୦୨୧ ରିଖ ଦିନ ଏହାର ଉପଯୁକ୍ତ ବିଚାର କରିବା ପାଇଁ ଓଡିଶା ସରକାରଙ୍କୁ ନିଦ୍ଦେର୍ଶ ଦେଇଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ମିନି ଅଙ୍ଗନବାଡିରେ କାର୍ଯ୍ୟ କରୁଥିବା ୱାର୍କର ମାନଙ୍କୁ ମାସିକ ମାତ୍ର ୫୩୭୫ ଟଙ୍କା ଦିଆ ଯାଇଥିବା ବେଳେ ସହାୟକ ନିଯୁକ୍ତି ମଧ୍ୟ ଦିଆଯାଉ ନାହିଁ । ଛୁଆ ମାନଙ୍କ ପାଇଁ ରୋଷେଇ କରିବା, ଗର୍ଭବତୀ ମହିଳା ମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ସମସ୍ତ କାର୍ଯ୍ୟ ମିନି ଅଙ୍ଗନବାଡି କରିଥାନ୍ତି । କରୋନା ମହାମାରୀ ସମୟରେ ମଧ୍ୟ ଅଙ୍ଗନବାଡି ମାନେ ଯାହା କାର୍ଯ୍ୟ କରୁଥିଲେ ସମାନ କାର୍ଯ୍ୟ ମିନି ଅଙ୍ଗନବାଡି ମାନେ ମଧ୍ୟ କରିଛନ୍ତି । ହାଇକୋର୍ଟର ଏହି ରାୟ ପ୍ରକାଶ ପାଇବା ପରେ ମିନି ଅଙ୍ଗନବାଡି ମାନଙ୍କ ମଧ୍ୟରେ ଏ ଆଶାର ସଂଚାର ହୋଇଛି ଓ ସେମାନେ ଆଜି ପାଇକମାଲ ଧର୍ମଶାଲା ଠାରେ ଏକତ୍ରିତ ହୋଇ ତାଙ୍କୁ ଅଙ୍ଗନବାଡିର ମାନ୍ୟତା ଦେବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି, ବୋଲି ତାଙ୍କ ସଂଘର ନେତ୍ରୀ ଶ୍ରୀମତୀ ଝରଣା ଚୌହାନ, କ୍ଷୀରବତୀ ସୁନା, ଗୀତାଞ୍ଜଳି ବରିହା, ବଦ୍ରିକା କୌଶଳ, ନିଲିଦ୍ରୀ ସାହୁ, ସନ୍ତୋଷିନୀ ଚଲାନ, ନୁରା ଶତନାମୀ ପ୍ରମୁଖ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

3 − 3 =