oom

ଗତ ୨୪ ଘଂଟାରେ ଓଡ଼ିଶାରେ ୨୯୯୫ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୯୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୭୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୨୫୮ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪୨, ବାଲେଶ୍ୱରରୁ ୧୨୧, ବରଗଡ଼ରୁ ୯୩, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୪, ବୌଦ୍ଧରୁ ୩୧, କଟକରୁ ୧୬୬, ଦେବଗଡ଼ାରୁ ୨୦, ଢେଙ୍କାନାଳରୁ ୬୮, ଗଜପତିରୁ ୭, ଗଂଜାମରୁ ୪୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୯୦, ଝାରସୁଗୁଡ଼ାରୁ ୬୪, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୩, କେନ୍ଦ୍ରାପଡ଼ାରୁ ୧୩୫, କେଉଁଝରରୁ ୬୧, ଖୋର୍ଦ୍ଧାରୁ ୫୬୮, କୋରାପୁଟରୁ ୪୩, ମାଲକାନଗିରିରୁ ୮୨, ମୟୁରଭଂଜରୁ ୯୨, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୪୪, ନୂଆପଡ଼ାରୁ ୭୪, ପୁରୀରୁ ୧୪୫, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୧୩୮, ସୋନପୁରରୁ ୮୭, ସୁନ୍ଦରଗଡ଼ରୁ ୧୦୧, ଷ୍ଟେଟ୍‌ ପୁଲ୍‌ ୨୦୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୪୦୯୯୮ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୭୭୦ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.