oom

ଅରିଶଲରେ ଧାନମଣ୍ଡି ଶୁଭ ଉଦ୍‌ଘାଟନ କଲେ ବିଧାୟକ

jsmm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଚାଷୀଙ୍କ ଧାନକୁ କାର୍ଯ୍ୟକରିବା ପାଇଁ ଶୁକ୍ରବାର ଅରିଶଲ ସେବା ସମବାୟ ସମିତିର ଧାନମଣ୍ଡିକୁ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟଅତିଥି ରୁଦ୍ର ପ୍ରତାପ ମହାରଥୀ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାରଥୀଙ୍କ ସହ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡେଲାଙ୍ଗ ଆତ୍ମାର ସଭାପତି ସୁଧାକର ମାର୍ଥା, ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଛୋଟରାୟ ପ୍ରମୂଖ ଯୋଗ ଦେଇଥିଲେ । ସମବାୟବିତ୍‌ ବୈରାଗୀ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଏଥିରେ ସଭାପତିତ୍ଵ କରିଥିଲେ । ନବବର୍ଷ ଅବସରରେ ଚାଷୀଙ୍କୁ ସହଯୋଗ କରିବା ନେଇ ୨୧ଟି ସେବା ସମବାୟ ସମିତିର ସମ୍ପାଦକମାନଙ୍କୁ ବିଧାୟକ ଉତ୍ତରୀୟ, ଫୁଲଚାରା ଓ ନଡ଼ିଆ ଗଛ ଦେଇ ସମ୍ବୋଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହକାରୀ ପରିଚାଳକ ଜାନକୀ ଭୂଷଣ ହାବୁଡା ସିଂ, ଉପ ସହକାରୀ ନିବନ୍ଧକ ସତ୍ୟ ଶଙ୍କର ମହାନ୍ତି, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ, ସମ୍ପାଦକ ରଶ୍ମି ରଞ୍ଜନ ପଟ୍ଟନାୟକ, ସମିତିର ପ୍ରାକ୍ତନ ସଭାପତି ବିପିନ ପଟ୍ଟନାୟକ, ବୈଷୟିକ ପରିଚାଳକ ଜ୍ଞାନରଞ୍ଜନ ହରିଚନ୍ଦନ, ବ୍ୟାଙ୍କ ପରିଚାଳକ ସନ୍ତୋଷ ଚନ୍ଦ୍ର ପଟ୍ଟନାୟକ, ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥା ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଅରିଶଲ ପଞ୍ଚାୟତ ସରପଞ୍ଚ ରତ୍ନାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.