oom

ଘର ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅପରାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଗୃହ ନିର୍ମାଣ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀ ପରିବାରଙ୍କୁ ତିନି ହାଜର ଟଙ୍କା ଲେଖାଁଏ ମରାମତି ସହାୟତା ପ୍ରଦାନ ଶୁଭାରମ୍ଭ କରିଛନ୍ତି । ଏହି ବଣ୍ଟନ ଉତ୍ସବରେ ଡେଲାଙ୍ଗ ବ୍ଲକ ସଭାଗୃହ ଆଭାଷିରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଏବିଡିଓ ପ୍ରଦୀପ୍ତ ନାୟକ, ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ବିଏସ୍‌ଏସ୍‌ଓ ତପନ ଚନ୍ଦ୍ର ଦାସ, ଜିପିଓ ରତ୍ନାକର ସାହୁ ସମେତ ସମସ୍ତ ବ୍ଲକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଗତକାଲିଠାରୁ ଏହି ସହାୟତା ରାଶି ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି ବୋଲି ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.