● କ୍ରମାଗତ ଦୁଇ ସପ୍ତାହ ଧରି କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିଛି
ନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ରମାଗତ ୧୪ ଦିନ ପାଇଁ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିପାରିଛି ।
କ୍ରମାଗତ ଦୁଇ ସପ୍ତାହ ସକ୍ରିୟ ମାମଲା ୧ ନିୟୁତ (୧୦ ଲକ୍ଷ)ରୁ ତଳେ ରହିଛି ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ କୌଶଳ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ‘ଟେଷ୍ଟ, ଟ୍ରାକ, ଟ୍ରେସ୍, ଟ୍ରିଟ୍ ଟେକ୍ନୋଲୋଜି’ ନୀତିରେ କରୋନା ନିୟନ୍ତ୍ରଣ କରୁଛନ୍ତି । ଦେଶବ୍ୟାପୀ ବ୍ୟାପକ ଟେଷ୍ଟିଂ ଅଭିଯାନରେ କରୋନା ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରିବା ଏବଂ ସେମାନଙ୍କ ସଂସ୍ପର୍ଶ ଗୁଡ଼ିକୁ ଜାଣିବାକୁ ତ୍ୱରିତ ଟ୍ରାକିଂ ଓ ଟ୍ରେସିଂ ଦ୍ୱାରା ଫଳ ମିଳିପାରିଛି । କେନ୍ଦ୍ର ଦ୍ୱାରା ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟୋକଲ୍ ଦ୍ୱାରା ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ଆକ୍ରାନ୍ତମାନେ ସୁସ୍ଥ ହେବାରେ ଲାଗିଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬ ହଜାର ୭୩୭ ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ଆକ୍ରାନ୍ତ ଭାବେ ୭୪ ହଜାର ୪୪୨ ଜଣ ଚିହ୍ନଟ ହୋଇଛନ୍ତି । ନିକଟ ଦିନ ଗୁଡ଼ିକରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟାକୁ ସୁସ୍ଥଙ୍କ ସଂଖ୍ୟା ଟପି ଯାଇଛି ।
ଭାରତରେ ଏ ପର୍ୟ୍ୟନ୍ତ ମୋଟ ୫୫,୮୬,୭୦୩ ଜଣ ସୁସ୍ଥ ହୋଇଛନ୍ତି । ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସୁସ୍ଥତା କ୍ଷେତ୍ରରେ ଜାତୀୟ ହାର ମଧ୍ୟ ବୃଦ୍ଧି ପାଇ ୮୪.୩୪%ରେ ପହଞ୍ଚିପାରିଛି ।
ନୂତନ ସୁସ୍ଥଙ୍କ ମଧ୍ୟରୁ ୭୫% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରେ ୧୫ ହଜାରରୁ ଅଧିକ ମହାରାଷ୍ଟ୍ରରୁ ଆସିଥିବା ବେଳେ ଏହା ପରେ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ୭ ହଜାରରୁ ଅଧିକ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଭାରତରେ ସକ୍ରିୟ କରୋନା ମାମଲା ଏବେ ୯,୩୪,୪୨୭ ରହିଛି । ଆଜି ଦେଶର ମୋଟ ପଜିଟିଭ୍ ମାମଲାର କେବଳ ୧୪.୧୧% ସକ୍ରିୟ ମାମଲା ଭାବେ ରହିଛି । ଏହା କ୍ରମେ ନିମ୍ନମୁଖୀ ହୋଇଚାଲିଛି ।
୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ସକ୍ରିୟ ମାମଲାର ୭୭% ଅଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ହଜାର ୪୪୨ ଜଣ ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି ।
ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୮% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ ୧୨ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୧୦ ହଜାରରୁ ଅଧିକ ଚିହ୍ନଟ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ମୋଟ ୯୦୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୨% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ଗତକାଲି ୩୬%, ଅର୍ଥାତ ୩୨୬ଟି ମୃତ୍ୟୁ ମାମଲା ମହାରାଷ୍ଟ୍ରରେ ହୋଇଥିବା ବେଳେ କର୍ଣ୍ଣାଟକରେ ୬୭ ଜଣଙ୍କର ମୃତ୍ୟୁ ହୋଇଛି ।
Next Post