csstore

ବନାଇମୁଣ୍ଡା ପଞ୍ଚାୟତ ସ୍ତରୀୟ ବିଜେପି କର୍ମୀ ସମ୍ମିଳନୀ

  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କୁ ପୂର୍ଣ୍ଣ ଭାବେ ଜିତାଇବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ବନାଇମୁଣ୍ଡା ଗ୍ରାମରେ ବିଜେପି ପକ୍ଷରୁ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗିମୁଣ୍ଡା ମଣ୍ଡଳ ସଭାପତି ଚତୁର୍ଭୁଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି, ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ଏକ ଜୁଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ପୂର୍ଣ୍ଣ ଭାବେ ଜିତାଇବା ପାଇଁ ଉଦ୍ୟମ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ସିଂ ଦେଓ । ବନାଇମୁଣ୍ଡା ପଞ୍ଚାୟତ ସରପଞ୍ଚ ପବିତ୍ର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ପ୍ରମାନନ୍ଦ ବାଗ, ମନବୋଧ ବରିହା, ପିତାମ୍ବର ସାହୁ, ମହାଦେବ ଷାଣ୍ଢ, ଦିପକ ଦଣ୍ଡସେନା, ଜନ୍ମେଜୟ ମେହେର, ଟିକେଶ୍ଵର ମେହେର, ଲୋକନାଥ ପଟେଲଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ମନବୋଧ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.