oom

ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା ଇନ୍ଦିରା ନଗର ଓ ଇଚ୍ଛାପଡାର ୩୨୧ ଜଣଙ୍କୁ ଜାଗା ଆବଣ୍ଟନ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ମିଳିତରେ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ମାଧ୍ୟମରେ “ଜାଗା ମିଶନ’ ଯୋଜନାରେ ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ଗତକାଲି ଅପରାହ୍ନରେ ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଂଚଳ ରାଣା ଯୋଗଦେଇଥିଲେ । ସହରର ବିଭିନ୍ନ ସ୍ଥାନରେ ବିସ୍ତାପିତ ହୋଇଥିବା ଜାଗାବିହୀନ ପରିବାରଙ୍କୁ ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଷ୍ଣୁମୁଣ୍ଡା ଓ ମାଲଗୋଦାମ ପଡ଼ା ନିକଟରେ ଏକ ସ୍ଥାନରେ ପ୍ଲଟିଂ କରାଯାଇ ପରିବାରକୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ୨୪୩ ଜଣଙ୍କୁ ଲଟେରି ମାଧ୍ୟମରେ ଜାଗା ଦିଆଯାଇଥିଲା । ସେହିପରି ଦ୍ୱିତୀୟ ପର୍ୟ୍ୟାୟରେ ସହରର ଇଛାପଡା ଓ ଇନ୍ଦିରା ନଗରର ବାସିନ୍ଦାକୁ ଜାଗା ମିସନରେ ଜାଗା ବିହୀନ ପରିବାରର ସଦସ୍ୟଙ୍କୁ ଚିହ୍ନଟ କରାଯାଇ ବିସ୍ଥାପିତଙ୍କୁ ଜାଗା ବଣ୍ଟନ କରାଯାଇଛି । ସେମାନଙ୍କୁ ଗୃହନିର୍ମାଣ ପାଇଁ ତଥା ସେହି ସ୍ଥାନର ଅନ୍ୟାନ୍ୟ ଆଶବ୍ୟକୀୟ ବ୍ୟବସ୍ଥା ତଥା ପାଣି, ବିଜୁଳି, ରାସ୍ତା, ଅଙ୍ଗନବାଡି କେନ୍ଦ୍ର ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ, ଯେତେ ଶୀଘ୍ର ଘର ତିଆରି କରିବାକୁ ଜିଲ୍ଲାପାଳ ଶ୍ରୀ ରାଣା କହିଥିଲେ । ଏହି କାର୍ୟ୍ୟକ୍ରମରେ ଡୁଡ଼ା ପିଡି ସୁଦର୍ଶନ ସାଏ, ଉପଜିଲ୍ଲାପାଳ ଲମ୍ବୋଧର ଧରୁଆ, ପୌରପାଳିକା କାର୍ୟ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଜେଇ ରୋଜାଲିନ, ଭକ୍ତବନ୍ଧୁ, ସୋହେଲିକା ସାଗର, ସ୍ମରଣିକା ପଣ୍ଡା ସହିତ ଅନ୍ୟ ପୌରପରିଷଦ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.