oom

ସ୍ୱର୍ଗତ ଦେବନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ ସଭା

jsmm

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ଗ୍ରାମର ସ୍ୱର୍ଗତ ଦେବନ୍ଦ୍ର ପ୍ରଧାନ (ଗାନ୍ଧୀ ବାବୁ)ଙ୍କ ଏକାଦଶାହ ଉତ୍ସବରେ ସୋମବାର ସନ୍ଧ୍ୟାରେ ଏକ ସ୍ମୁର୍ତିଚାରଣ ସଭା ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ଏକାଦଶାହ ଉତ୍ସବରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଅଧ୍ୟାପକ ଶଶାଙ୍କ ଶେଖର ଚୂଡାମଣି, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବ୍ଲକ ପ୍ରାକ୍ତନ ଉପାଧ୍ୟକ୍ଷ ଅଜୟ ରାଉତରାୟ, ଶରତ ରାଉତ, ସହ ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ସମାଜସେବୀ ଓ ଶତାଧିକ ଗ୍ରାମବାସୀ ସାମିଲ ହୋଇ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେପିପି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ଶିକ୍ଷକ ପ୍ରବୀର ମହାପାତ୍ର, ଶିକ୍ଷୟତ୍ରୀ ବୈଜୟନ୍ତ ମାଳା ହରିଚନ୍ଦନ, ଅଧ୍ୟାପକ ତ୍ରିନାଥ ପରିଡା, ଚକ୍ରଧର ତ୍ରିପାଠୀ, ପ୍ରକଅତିବନ୍ଧୁ ଅପର୍ତ୍ତି ମହାପାତ୍ର, ଯୁବ ନେତା ଚୀତ୍ରସେନ ନିଶଂକ, ଲଛମନ ଦଳେଇ, ସୂର୍ୟ୍ୟ ମିଶ୍ର, ଶୁଶୀଲ ମୁକୁଟମଣି, ଚନ୍ଦ୍ର ଶେଖର ପରିଡ଼ା, ଗୟାଧର ପରିଡା, ବଟ କୃଷ୍ଣ ଜେନାଙ୍କ ସମେତ ବନ୍ଧୁପରିଜନ ସାମିଲ ହୋଇ ସ୍ୱର୍ଗତ ପ୍ରଧାନଙ୍କ ପାଇଁ ଦୁଇ ନିରବ ପ୍ରାର୍ଥନା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.