jsm

ଗଂଦିଆରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ

csstore

ଢେଙ୍କାନାଳ (ତାପସ ଦାସ) : ଗଂଦିଆ ବିଜୁ ଜନତା ଦଳ ତରଫରୁ ଗଂଦିଆ ମିନି ଷ୍ଟାଡିୟମରେ ୨୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ଓ ଗଂଦିଆ ବ୍ଲକ ସଭାପତି ବିଶ୍ୱ ନାଥ ଜେନାଙ୍କ ସଭାପତିତ୍ୱରେ ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରି ଦଳୀୟ କର୍ମୀଙ୍କୁ ପ୍ରଶଂସା କରିଥିଲେ । ଏହି ସଭାରେ ବ୍ଲକ ଯୁବ ସଭାପତି ପ୍ରଦୀପ ରାଉତ ମଞ୍ଚ ପରିଚାଳନା କରିବା ସହ ଗଂଦିଆ ବ୍ଲକ ଉପାଧ୍ୟକା ଗୀତାଞ୍ଜଳି ଭୂଇଁଆ, ଗଂଦିଆ ବ୍ଲକ ମହିଳା ସଭାନେତ୍ରୀ ସୁଭଦର୍ଶନୀ ପରିଡା, ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ, ଉପସଭାପତି ନବ ସାମଲ, ଉମେଶ ଜେନା, ସବ୍ୟସାଚୀ ପାତ୍ର, ଜୟ କୃଷ୍ଣ ବାରିକ ଓ ଅନ୍ୟ ବିଜୁ ଯୁବ ଛାତ୍ର ମହିଳା କର୍ମୀମାନେ ଉପସ୍ଥିତ ରହି ଆଜିର ପ୍ରତିଷ୍ଠା ଦିବସକୁ ସୁଚାରୁ ରୂପେ ପାଳନ କରିଥିଲେ, ପରିଶେଷରେ ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.