ପଞ୍ଚମ ଲହଣ୍ଡା ପ୍ରିମୀୟର ଲିଗ୍ କ୍ରିକେଟ ଉଦ୍‌ଯାପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଲହଣ୍ଡାଠାରେ ଚାଲିଥିବା ପଞ୍ଚମ ଲହଣ୍ଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ତେଜସ୍ରି ଫାଇଟର ରାଇଜିଂଷ୍ଟାରକୁ ହରାଇ ବିଜୟୀ ହୋଇଥିଲା । ଏଥିରେ ଏସ୍‌ଏସ୍‌ ଟେଲିକମ୍‌ର ମୁଖ୍ୟ ଖିରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ତଥା ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ କୁବେର ବାରିକ, କିଶୋର ପ୍ରଧାନ, ସୁଦୀପ୍ତ ପ୍ରଧାନ ଯୋଗଦେଇଥିଲେ । ଲହଣ୍ଡା ପ୍ରିମିୟର ଲିଗ୍‌ର କମିଶନର ତଥା ସଭାପତି ବିକାଶ ବେହେରା ମଞ୍ଚ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ତେଜସ୍ରି ଫାଇଟର, ରାଇଜିଂଷ୍ଟାର, ନିଞ୍ଜା ସିକ୍ସର, ଜେଏସ୍‌ଆର୍‌ ଷ୍ଟ୍ରାଇକର ଆଦି ଚାରୋଟି ଦଳ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.