oom

ଇନ୍‌ଣ୍ଡୋର ଷ୍ଟାଡିଅମ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ବିଧାୟକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ପରିସରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଣ୍ଡୋର ଷ୍ଟାଡିଅମ ନିର୍ମାଣ ହେବ । ଗତକାଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢୀ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଛାତ୍ର ନଗର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଉପଧାକ୍ଷ ନୀଳାଞ୍ଚଳ ବାରିକ, ନଗର ସଭାପତି ପି. ରାଜୁ ରେଡି, ସୁଦାମ ପଲାଇ, ସୀମାଞ୍ଚଳ ସାହୁ, ମନୋଜ ପ୍ରଧାନ, ସୂର୍ୟ୍ୟ ପ୍ରଧାନ, ଯୁବନେତା ମୁନା ପଲେଇ, ଏସ୍‌ଡିଓ ପ୍ରଦୀପ୍ତ ଶତପଥୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳରେ କ୍ରୀଡାର ଭିତ୍ତିଭୂମିର ବିକାଶ କ୍ରୀଡ଼ାକ୍ଷେତ୍ରରେ ଯୁବଗୋଷ୍ଠୀ ଭବିଷ୍ୟତ ପାଇଁ ବଡ଼ ଶକ୍ତି ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଏଥିପାଇଁ ସ୍ଥାନୀୟ କ୍ରୀଡାବିତ୍‌ ଓ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ସବୁଜ ସଙ୍କେତ ଦେଇ ସାରିଥିବା ବେଳେ ‘୫ଟି’ ସଚିବ ଭି କେ ପାଣ୍ଡିଆନ ଭିଡିଓ କନଫ୍ରେନ୍‌ସିଙ୍ଗ ମାଧ୍ୟମରେ ଇନ୍‌ଣ୍ଡୋର ଷ୍ଟାଡିୟମ ପୌରାଞ୍ଚଳରେ ନିର୍ମାଣ ନେଇ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.