oom

ଖଇରଭାଡି ଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୭୦ ୟୁନିଟ ରକ୍ତ ସଂଗ୍ରହ

jsmm

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଖଇରଭାଡି ପ୍ରାଥମିକ ସ୍କୁଲ ଠାରେ ବିଙ୍ଗ ହ୍ୟୁମାନ ଫାଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲ୍‌କର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍‌ଘାଟନ କରିଥିବା ବେଳେ ଏସ୍‌ଡିପିଓ ତୋଫାନ ବାଗ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ କୁମୁଦ ସେଠ, ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା ଯୁବ ନେତା ନିହାର ରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

jittmm
Leave A Reply

Your email address will not be published.