ବଲାଙ୍ଗିର, (କେପିଏନ୍ଏସ୍) : ଭୀଷଣ ଶୀତ ପ୍ରବାହ ଏବେ ଅନୁଭୂତ ହେଉଛି। ଭୀଷଣ ଶୀତ ସମୟରେ ଯଥା ସମ୍ଭବ ଘରେ ରହିବା ଉଚିତ । ଏଥି ସହିତ ବୟସ୍କ ଏବଂ ଶିଶୁମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଏକାନ୍ନ୍ତ ଆବଶ୍ୟକ । ରୁମ୍ ହିଟର, ପାଣି ଗରମ ପାଇଁ ଇମରସନ୍ ହିଟର୍ ତଥା ଅନ୍ୟ ବିଦ୍ୟୁତ ଉପକରଣ ବ୍ୟବହାର କରୁଥିଲେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ନିଆଁ ପ୍ରତି ଅଧିକ ସାବଧାନତା ଅବଲମ୍ବନ କରିବା ସହ ପ୍ରବଳ ଶୀତ ଲହରୀରୁ ନିଜକୁ ରକ୍ଷା କରିବାକୁ ହେବ ।