ଅଜୟ ଟେନିଙ୍କ ଇସ୍ତଫା ଦାବୀରେ ଗୃହରେ ଉତ୍ତେଜନା : ରାହୁଲ କହିଲେ – ଏହି ମନ୍ତ୍ରୀ ଅପରାଧୀ, ଚାଷୀଙ୍କୁ ହତ୍ୟା କରିଛନ୍ତି
ନୂଆଦିଲ୍ଲୀ : ଲଖିମପୁର ଖେରୀ ହିଂସା ମାମଲାରେ ଏସଆଇଟିର ରିପୋର୍ଟ ପରେ ରାହୁଲ ଗାନ୍ଧୀଙ୍କ ସହ ବହୁ ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଇସ୍ତଫା ଦାବୀକୁ ଜୋରଦାର କରିଛନ୍ତି । ବିରୋଧୀଙ୍କ ହଂଗାମା ଯୋଗୁଁ ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହା ବ୍ୟତୀତ ବିରୋଧୀମାନେ ୧୨ ଜଣ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ଅଡୁଆ ସୃଷ୍ଟି କରିଛନ୍ତି, ଏହା ପରେ ରାଜ୍ୟସଭାର ପ୍ରକ୍ରିୟା ମଧ୍ୟ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ଲାଖିମପୁର ଖେରୀ ହିଂସା ମାମଲାରେ ଏସଆଇଟି ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ବିରୋଧରେ ଅଧିକ ଆକ୍ରମଣ କରିଛନ୍ତି । ସେ ଆଜି ଲୋକସଭାରେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନି ଜଣେ ଅପରାଧୀ, ସେ ଚାଷୀଙ୍କୁ ହତ୍ୟା କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ମନ୍ତ୍ରୀମାନେ ତୁରନ୍ତ ଇସ୍ତଫା ଦିଅନ୍ତୁ ।