oom

କୃଷି ବିଜ୍ଞାନ କେନ୍ଦ୍ରର ଚତୁର୍ଦ୍ଦଶ ବୈଜ୍ଞାନିକ ପରାମର୍ଶଦାତା କମିଟି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗିରର ଚତୁର୍ଦ୍ଦଶ ବୈଜ୍ଞାନିକ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ଚଳିତ ବର୍ଷର ସଫଳତା ଏବଂ ଆଗାମୀ ବର୍ଷର କାର୍ଯ୍ୟ ରୂପରେଖ ଉପରେ ପର୍ଯ୍ୟବେଶିତ ଏହି ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ବିଭାଗର ଡିନ୍‌ ପ୍ରଫେସର୍‌ ପ୍ରସନ୍ନଜିତ୍‌ ମିଶ୍ର ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ରର ଫାର୍ମ ପରିସର ପର୍ଯ୍ୟବେକ୍ଷଣ କରିବା ସହ ନୂତନ ପ୍ରଦର୍ଶନୀ କ୍ଷେତ୍ର ଉଦ୍‌ଘାଟନ କରିଥିଲେ । ପରେ ବୈଜ୍ଞାନିକ ପରାମର୍ଶଦାତା କମିଟି ବୈଠକରେ ଯୋଗଦେଇ ଜିଲ୍ଲା ପ୍ରତି କୃଷି ବିଜ୍ଞାନ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଦିଗଦର୍ଶନ ଦେବା ସହ ଦୁଇଟି ସଂପ୍ରସାରଣ ପୁସ୍ତିକା ଯଥା- କୃଷି ବିଜ୍ଞାନ କେନ୍ଦ୍ରର ସଫଳତା ଏବଂ ଗୋ-ପାଳନରେ ସମନ୍ୱିତ ଗୋ’ଖାଦ୍ୟ ବ୍ୟବସ୍ଥା’ ଉନ୍ମୋଚନ କରିଥିଲେ । ବୈଠକରେ ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ଭଂଜ, ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଡ.ଦିଗାମ୍ବର ନାୟକ, ଉପ ପ୍ରକଳ୍ପ ନିର୍ଦ୍ଦେଶକ ଗୋଉଁଟିଆ ରଣା, ଜିଲ୍ଲା ଉନ୍ନୟନ ପରିଚାଳକ (ନାବାର୍ଡ) ଳକ୍ଷ୍ମଣ ସାଏ, ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.ଜୀବନଜିତ୍‌ ସେନ୍‌ ପ୍ରମୁଖ ଯୋଗଦେଇ ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ସଂପ୍ରସାରଣ ବିଭାଗର ଉପ ନିର୍ଦ୍ଦେଶକ ଡ.ଶିବ ପ୍ରସାଦ ସଂଗ୍ରାମ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଗୁଆ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବେସରକାରୀ ସଂଗଠନର କର୍ମକର୍ତ୍ତା, କୃଷକ ଉତ୍ପାଦକ ସଂଘର ପ୍ରତିନିଧି ମାନେ ଯୋଗଦେଇ ଚାଷ ସମ୍ବନ୍ଧୀୟ ସୁବିଧା ଅସୁବିଧା ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଭିଡ଼ କଟକଣା ହେତୁ ଜିଲ୍ଲା ବାହାରର ସଦସ୍ୟ ଏବଂ ଅତିଥି ମାନେ ଅନ୍‌ଲାଇନ୍‌ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ଡ. ପ୍ରମୋଦ ପଣ୍ଡା, ପ୍ରମୁଖ ବୈଜ୍ଞାନିକ, ଭାରତୀୟ କୃଷି ଅନୁସଂଧାନ ପରିଷଦର ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସତ୍ୟମୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଡ.ତପନ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.