oom

ଟୋପ ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ ଓ ସଚେତନତା ଶୋଭାଯାତ୍ରା

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ହାଇସ୍କୁଲରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ଓ ସ୍କାଉଟ୍ ମାଷ୍ଟର ପ୍ରମୋଦ ମିଶ୍ରଙ୍କ ତତ୍ୱାବଧାନରେ ସ୍କାଉଟସ ଓ ଗାଇଡମାନଙ୍କୁ ନେଇ ଜନ ସଚେତନତା ଅଭିଯାନ ପାଳନ କରାଯାଇଥିଲା । ଏହି ଅବସରରେ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ସହ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ଓ ସୁସ୍ଥ ରହିବା ପାଇଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ରହିବା ନିହାତି ଆବଶ୍ୟକ ଅଟେ ବୋଲି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ସ୍ୱଚ୍ଛ ପରିବେଶ ସୁସ୍ଥ ପରିବେଶ, ଆମରି ସୁରକ୍ଷା ଆମରି ହାତେ, ପଲିଥିନ ବ୍ୟବହାର ବନ୍ଦ କର ଆଦି ଅନେକ ପ୍ରକାର ସଚେତନ ମୂଳକ ସ୍ଲୋଗାନ ଦେଇ ପ୍ଲାକାଡ ଧରି ଟୋପ ଗ୍ରାମ ପରିକ୍ରମା କରିଥିଲେ । ଏହା ସହ ମହାମାରୀ ମୁକାବିଲା କରିବାକୁ ଆମେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ଆଦି ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ । ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପ୍ରତି ବିଦ୍ୟାଳୟମାନଙ୍କରେ ଡିସେମ୍ବର ମାସର ୧ ତାରିଖରୁ ପନ୍ଦର ତାରିଖ ଯାଏ ସ୍ୱଚ୍ଛତା ପକୱାଡା ପାଳନ କରାଯାଉଛି ।ତେବେ ଏହି ଯୋଜନା ଅନୁସାରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ବଚ୍ଛତା ଉପରେ ଅଧିକ ସଚେତନ ଆଣିବା ପାଇଁ ତାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବା ସହ ସ୍ବଚ୍ଛତା ଅଭିଯାନ ଉପରେ ଅନେକ ଥର ଆଲୋଚନା ଚକ୍ର କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଦେବରାଜ ବେହେରା, ଲଳିତ କୁମାର ଗଡତିଆ, ସୁଧୀର ରଥ, ବାଳମୁକୁନ୍ଦ ସାହୁ, ଶିକ୍ଷୟିତ୍ରୀ ସୁଚେତା ମିଶ୍ର ଓ କର୍ମଚାରୀ ରମପ୍ରସାଦ ଭୋଇ ସକ୍ରିୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.