pakka

କଂଗ୍ରେସ ଭବନରେ ପଶି ଛାତ୍ର ନେତାଙ୍କୁ ମାଡ ଘଟଣା : ଏସ୍‌ପି ଅଫିସ ସମ୍ମୁଖରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ

bbehera
  • ମମିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ – ନରସିଂହ
  • ପୋଲିସ କେବଳ ଭୁଲ ମାଗିଲେ ଚଳିବ ନାହିଁ, ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦିଆଯାଉ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଭବନରେ ପଶି ଛାତ୍ର ନେତାଙ୍କୁ ମାଡ ମାରିବା ଘଟଣାକୁ ନେଇ ଆଜି ଏସ୍‌ପି ଅଫିସ ସମ୍ମୁଖରେ ଗର୍ଜିଛି ବଲାଙ୍ଗିର କଂଗ୍ରେସ । ବଲାଙ୍ଗିର କଂଗ୍ରେସ କହିଛି ଯେ, ବଲାଙ୍ଗିର ଜିଲ୍ଲାର ଝିଅ ମମିତା ମେହେର ହତ୍ୟା ଘଟଣାରେ ପୋଲିସର ଅନୁସନ୍ଧାନ ବାଟବଣା ହୋଇଛି । ଏଥିରେ ସଂପୃକ୍ତ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଘଣ୍ଟ ଘୋଡାଉଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଚେଜିଛି । ଗତ ୧୦ ତାରିଖ ଦିନ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ବିଧାନସଭା ଘେରାଓ କରାଯାଇଥିଲା । ଏଥିରେ ସରକାର ଏବଂ ତାର ଗୁଣ୍ଡା ସାଜିଥିବା ପୋଲିସ ବାହିନୀ ଛାତ୍ର ନେତାମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । କେବଳ ଏତିକିରେ ସୀମିତ ନ ରହି ପୋଲିସ ରାଜ୍ୟ କଂଗ୍ରେସର କାର୍ଯ୍ୟାଳୟକୁ ପଶି ସେଠାରେ ଉପସ୍ଥିତ ଥିବା ଛାତ୍ର ନେତା ଓ ନାରୀନେତ୍ରୀମାନଙ୍କ ମରାଣାନ୍ତକ ଆକ୍ରମଣ କରିଛି । ଏହା ଅତି ନିନ୍ଦନୀୟ ଏବଂ ଅଗଣତାନ୍ତ୍ରିକ ଅଟେ । କୌଣସି ବି ଆନ୍ଦୋଳନକୁ ପୋଲିସ ଲାଠି ଓ ବନ୍ଧୁକ ଦ୍ୱାରା ଦମନ କରିପାରିବ ନାହିଁ । ମମତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଆଜି ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରେ ହୋଇଥିବା ପ୍ରତିବାଦ ସଭାରେ ବଲାଙ୍ଗିର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ବକ୍ତବ୍ୟ ମାଧ୍ୟମରେ ଚେତାବନୀ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଦିନ ଏପରି କୌଣସି ଘଟଣା ଘଟିନାହିଁ ଯାହା ଯୋଗୁଁ କି କଂଗ୍ରେସ ଦଳର ଛାତ୍ରନେତାମାନଙ୍କ ଉପରେ ଲାଠିଚାର୍ଜ କରାଯିବ । ପୋଲିସର ଏପରି ମାତ୍ରାଧିକ ବଳ ପ୍ରୟୋଗ ଏବଂ ମରଣାନ୍ତକ ଆକ୍ରମଣ ଯୋଗୁଁ ଅନେକ ଛାତ୍ର ନେତା ଲହୁଲୁହାଣ ହୋଇଛନ୍ତି । ତେଣୁ ଏହି ଘଟଣା ଯୋଗୁଁ ଉକ୍ତ ଦିନ ପୋଲିସ ତରଫରୁ ମଗାଯାଇଥିବା କ୍ଷମା ଯଥେଷ୍ଟ ନୁହେଁ । ଏହି ଘଟଣା ପାଇଁ ଉପଯୁକ୍ତ ତଦନ୍ତ କରି ଯେଉଁ ଅଧିକାରୀ ଦାୟୀ ସେମାନଙ୍କୁ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବୀ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭ୍ୟ ଉମାଶଙ୍କର ପଣ୍ଡା, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ପଂଚାୟତିରାଜ ସଂଗଠନର ଅଜୟ ବାଲି, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଟୁଲୁ ସେନ, ଅଜିତ ମହାନନ୍ଦ, ନିତେଶ ପଧାନ ପ୍ରମୁଖ ସରକାରଙ୍କ ପ୍ରରୋଚନାରେ ପୋଲିସର ଅମାନୁସିକ ଆକ୍ରମଣକୁ କଟୁ ସମାଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଓ କାର୍ଯ୍ୟକର୍ତ୍ତା ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eight − 4 =

error: Content is protected !!