pakka

ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ରଙ୍କ ଦେହାନ୍ତ

bbehera

ରାୟଗଡ଼ା, (କେପିଏନ୍‌ଏସ୍‌) : ରାୟଗଡ଼ାର ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ର(୫୫)ଙ୍କ ଆଜି ସକାଳେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭାବେ ସେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ଅଂଚଳରେ ତଥା ଓଡ଼ିଶାର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

1 × one =