ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ସୁନାଝରି ଜଙ୍ଗଲରୁ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ମୃତକ ହେଲେ କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ବିବେକାନନ୍ଦ ମହାଖୁଡୁ । ସେ ଗତ ୭ ତାରିଖ ଅପରାହ୍ନଠାରୁ ନିଖୋଜ ଥିଲେ । ଏନେଇ ପରିବାର ତରଫରୁ ୮ ତାରିଖରେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ ଗ୍ରାମର ଲୋକ ଶୌଚ ପାଇଁ ଯାଇଥିବା ବେଳେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରନ୍ତ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.