jayashree

ରକ୍ତଦାନ ଶିବିର ନିମନ୍ତେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରକ୍ତଦାନ ମହତ୍ ଦାନ । ରକ୍ତର ବିକଳ୍ପ ଅନ୍ୟ କିଛି ନାହିଁ, ରକ୍ତର ବିକଳ୍ପ କେବଳ ରକ୍ତ । ଜଣଙ୍କ ରକ୍ତରେ ଚାରି ଜଣକ ଜୀବନ ବଞ୍ଚିଯିବ । ତେଣୁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା କେତେ ମହତ୍ତ୍ଵ ରହିଛି ତାହା ଜଣେ ରକ୍ତଦାତା ହିଁ ଅନୁଭବ କରିପାରେ । ତେଣୁ ଏଭଳି ମହତ୍ କାର୍ଯ୍ୟକୁ ସାକାର କରିବା ପାଇଁ ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଅଗ୍ରସର ହୋଇଛି । ଅନୁଷ୍ଠାନ ପକ୍ଷରୁ ସଦସ୍ୟ ସ୍ୱର୍ଗତ ଉପେନ୍ଦ୍ର ରେଡ଼ିଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ରକ୍ତଦାନ ଶିବିର ନିମନ୍ତେ ସଂଗଠନ ସଭାପତି ଚୈତନ୍ୟ ରେଡ଼ିଙ୍କ ସଭାପତିତ୍ୱରେ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ତାରିଣୀ ପଲ୍ଲୀ କୋଠଘର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମାଞ୍ଚଳରେ ଥିବା ଯୁବ ବନ୍ଧୁମାନେ ଆଗ୍ରହ ଥିବା ସତ୍ତ୍ୱେ ବ୍ରହ୍ମପୁର ଯାଇ ରକ୍ତଦାନ କରିବା କଷ୍ଟକର ହୋଇପଡେ ତେଣୁ ନିଜ ଅଞ୍ଚଳରେ ଆୟୋଜିତ ଶିବିରରେ ଯୋଗଦେଇ ରକ୍ତଦାନ କରିବା ପାଇଁ ସଂଗଠନ ପକ୍ଷରୁ ଆହ୍ବାନ କରାଯାଉଛି । ଆସନ୍ତା ଡ଼ିସେମ୍ବର ୧୯ ତାରିଖ ରବିବାର ଦିନ ସକାଳ ଦଶଟା ସମୟରେ ଛୋଟବସା ସ୍ଥିତ ନୀଳକଣ୍ଠେଶ୍ଵର ଶିକ୍ଷା କେନ୍ଦ୍ର ପରିସରରେ ଆୟୋଜିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଶିବିର ଅଧିକରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାନ କରିବା ସହ ସହଯୋଗ କରିବା ପାଇଁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି । ରକ୍ତଦାନ ନିମନ୍ତେ ଆଗ୍ରହୀ ସ୍ବେଛାସେବୀ ୯୪୩୭୨୫୩୩୩୨, ୭୦୦୮୨୧୮୫୪୯, ୯୩୩୭୦୪୭୯୧୬, ୭୦୭୭୮୬୩୧୯୯ରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସଭାରେ ପ୍ରତିଷ୍ଠାତା ଡି ଦେବହରି ରେଡ଼ି, ଶିକ୍ଷାବିତ୍ ରବୀନ୍ଦ୍ର ଗୌଡ, ଯୁବ ଉଦ୍ୟୋଗୀ ନିରାକାର ମହାରଣା, କୈଳାସ ସେଠୀ, ସୁନିଲ ସେଠୀ, ଗଗନ ସାହୁ, କାହ୍ନା ଗୌଡ, ସୁରେନ୍ଦ୍ର ଗୌଡ, ବି ଦେବାଶିଷ ରେଡ଼ି, ଟୁନା ବେହେରା, ମିଟୁ ମହାପାତ୍ର, ଅନିଲ ସେଠୀ, ୟୁ ସୁଶାନ୍ତ ରେଡ଼ି, ବି ଯୁଗଳ ରେଡ଼ି, ଆର୍ ଗଣେଶ ରେଡ଼ି, ଜଗନ୍ନାଥ ସେଠୀ, ନିଲୁ ମହାପାତ୍ର ଏବଂ ସତ୍ୟ ରେଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.