ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ମ୍ୟାଚ୍‌ଗୁଡିକରେ ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ ହୋଇଛନ୍ତି । ଗତକାଲି ବିକାଶ ଗ୍ରାଉଣ୍ଡରେ ପଦ୍ମପୁର ରାଜ ବୋରାସମ୍ବର କ୍ଲବ ଟସ୍ ଜିତି ପ୍ରଥମେ ଗୋଡଭଗା ସେଣ୍ଟ୍ରାଲ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଗୋଡଭଗା ଦଳ ବ୍ୟାଟିଂ କରି ଲୋକନାଥ ମହାପାତ୍ରଙ୍କ ୩୫ରନ, ବାଦଲ ପରଦେଶୀ ୨୮ରନ, ଆକାଶ ସିଂଙ୍କ ୩୦ ରନ ଫଳରେ ୩୭.୩ ଓଭରରେ ୧୬୪ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପଦ୍ମପୁର ପକ୍ଷରୁ ଦୀପକ ଜୟପୁରୀୟା ୩ ୱିକେଟ, ଧରଣୀ ବାରିକ ୩ ୱିକେଟ, ପ୍ରୟାସ ସାହୁ ୨ ୱିକେଟ ନେଇଥିଲେ । ଜବାବରେ ପଦ୍ମପୁର ଦଳ ଅକ୍ଷୟ ଦଂଶନାଙ୍କ ୭୩ ରନ, ଅବଦୁଲ ରହିମ ଖାଁ ୨୮ ରନ ଫଳରେ ୩୫.୫ ଓଭରରେ ୧୫୪ ରନ କରି ଅଲ୍ ଆଉଟ୍ ହୋଇଯିବା ଫଳରେ ମ୍ୟାଚ୍‌କୁ ୧୦ ରନରେ ହାରି ଯାଇଥିଲା । ଗୋଡଭଗା ପକ୍ଷରୁ ବାଦଲ ପରଦେଶୀ ୪ ୱିକେଟ, ପ୍ରଭଞ୍ଜନ ସାହୁ ଓ ସୌରଭ ନାୟକ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଖେଳ ପରିଚାଳନା କରିଥିଲେ ଗୁରଦୀପ ସିଂ ଓ ପ୍ରୟାସ ବଗାର । ସ୍କୋରର ଥିଲେ ରଜତ ଦାଶ । ସେହିପରି କଟାପାଲି ଗ୍ରାଉଣ୍ଡରେ ଭିଏସ୍‌ଏସ୍‌ କ୍ଲବ ଅତାବିରା ଓ ବରଗଡ ପ୍ରାଇଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭିଏସ୍‌ଏସ୍‌ କ୍ଲବ ଅତାବିରା ପ୍ରଥମେ ବ୍ୟାଟିଂ କରି ରିତିକ ଜୈନଙ୍କ ୪୦ ରନ, ସଂସ୍କାର କୋଟାକଙ୍କ ୧୯ ରନ ଫଳରେ ୩୧.୨ ଓଭରରେ ୧୨୩/୯ ରନ କରିଥିଲେ । ବରଗଡ ପ୍ରାଇଡ୍ ପକ୍ଷରୁ ପ୍ରୀୟାଂଶୁ ପୁରୋହିତ ୩୨/୩ ୱିକେଟ, ସୌମ୍ୟ ରଥ ୩୯/୨ ୱିକେଟ ନେଇଥିଲେ । ଜବାବରେ ବରଗଡ ପ୍ରାଇଡ୍ ଦଳ ହିମାଂଶୁ ଭୋଇଙ୍କ ୫୪ ରନ, ଅଜିତ ସ୍ୱାଇଁଙ୍କ ୧୮ ରନ ଫଳରେ ୧୪.୩ ଓଭରରେ ୧୨୪/୪ ରନ କରି ମ୍ୟାଚ୍‌କୁ ୬ ୱିକେଟରେ ଜିତି ନେଇଥିଲା । ଖେଳ ପରିଚାଳନା କରିଥିଲେ ପ୍ରଦୀପ ଦାଶ ଓ ଶୁଭମ୍ ପାତ୍ର । ସ୍କୋରର ଥିଲେ ମନୋଜ ପାତ୍ର ।

Leave A Reply

Your email address will not be published.