ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର : ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାନସଭାର ଆସନରୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ନିକଟରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା । ଏହାପରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ବିଜେଡ଼ିରେ ସାମିଲ ପରେ ଶ୍ରୀ ମାଝୀ କହିଛନ୍ତି ଯେ, କଂଗ୍ରେସ ଏବେ ନିମ୍ନଗାମୀ । ଦଳରେ ସଦସ୍ୟଙ୍କୁ କୌଣସି ସ୍ୱାଧୀନତା ନାହିଁ । ଏଥିପାଇଁ ସେ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହେଲେ । ବିଜେଡିରେ ସାମିଲ ହୋଇଥିବାରୁ ଆଦିବାସୀ ଓ ନିଜ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି ଶ୍ରୀ ମାଝୀ କହିଛନ୍ତି ।

Leave A Reply

Your email address will not be published.