ବିଷ୍ଣୁମୁଣ୍ଡାଠାରେ ମେଗା ଚକ୍ଷୁ, ମଧୁମେହ ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଅନ୍ୟତମ ବିଶିଷ୍ଟ ଅନୁଷ୍ଠାନ ନେସନାଲ ପିସ ଊନୀସନ ଦ୍ୱାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ତରଫରୁ ବଲାଙ୍ଗିର ସହରର ସ୍ଥାନୀୟ ବିଷ୍ଣୁମୁଣ୍ଡାଠାରେ ଏକ ମେଗା ଚକ୍ଷୁ, ମଧୁମେହ, ସାଧାରଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଜାତୀୟ ଅନ୍ଧତ୍ୱ ଦୂରୀକରଣ ଅଭିଯାନ ମାଧ୍ୟମରେ ନିୟୋଜିତ ଚକ୍ଷୁ ବିଶେଷଜ୍ଞ ଡା. ଉଷାରାଣୀ ଦାସ ଓ ସ୍ୱାସ୍ଥ୍ୟ ସହାୟକ ବାସୁଦେବ ରଥଙ୍କ ଟିମ ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ଡା. ଶିବାଶିଷ ରଥ Asst. Professor ଡା. ଜୟନ୍ତ କୁମାର ପଟେଲ, (ଚକ୍ଷୁ ବିଭାଗ) ଭୀମଭୋଇ ମେଡିକାଲ କଲେଜ, ୟୁପିଏଚ୍‌ସି- ଫାର୍ମାସିଷ୍ଟ ଗୌରବ ପ୍ରଧାନ, ଅନୁଷ୍ଠାନିକ ସଭ୍ୟ, ସଭ୍ୟା ରାହୁଲ ପାଲ, ଶ୍ରୀମତୀ ରୋଜାଲିନା ହୋତା, ମାମି ସିଂଦେଓ, ସୁଶ୍ରୀ ନିରୁମୟୀ, ଷ୍‌ଷ୍ଟାପ୍‌ ନର୍ସ ଏବଂ ଏଏନ୍‌ଏମ୍‌, ସନ୍ତୋଷ ମେହେର (Lab Technician ) ଯତୀନ ରାଜପୁତ (ସ୍ୱାସ୍ଥ୍ୟ ସହାୟକ )ଇତ୍ୟାଦି ଯୋଗଦାନ କରି ବିଷ୍ଣୁମୁଣ୍ଡା ପରିତ୍ୟକ୍ତ ଅଂଚଳରୁ ଆସିଥିବା ପ୍ରାୟତଃ ତିନିଶହରୁ ଅଧିକ ବିଭିନ୍ନ ବର୍ଗର ରୋଗୀ ନିଜର ସ୍ୱାସ୍ଥ୍ୟ ଯାଞ୍ଚ, ପରୀକ୍ଷା ଓ ଆଖିର ବିଭିନ୍ନ ଅଂଶ ଓ ଦୋଷ ନିରୂପଣ କରାଯାଇ ଆବଶ୍ୟକ ପଡୁଥିବା ସର୍ବମୋଟ ଚଉଷଠି ଗୋଟି ଚଷମା ବିତରଣ କରାଯାଇଥିବା ବେଳେ ଏକଶହ କୋଡିଏ ମଧୁମେହ ରୋଗୀଙ୍କ ପରୀକ୍ଷଣ ଓ ଅଶି ଜଣଙ୍କ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ଶିବିରକୁ ସ୍ଥାନୀୟ ବି. ଆର ଆମ୍ବେଦକର କ୍ଲବ ସଭ୍ୟ ଗଣ ସହାୟତା କରିଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ବଲାଙ୍ଗିରର ଉପରୋକ୍ତ କାର୍ଯ୍ୟକ୍ରମ ଶିବିରର ସହାୟତା ଓ ସମ୍ପୂର୍ଣ୍ଣ ସଫଳତା ପାଇଁ ନେସନାଲ ପିସ ଊନୀସନ ନିର୍ଦେଶକ, ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.