ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଭେଟ୍ରାନ ବ୍ଳୁଷ୍ଟାର ଓ ୟୁନାଇଟେଡ କଲେଜଛକ ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ଚତୁର୍ଥ ଦିବସରେ ପ୍ରଥମ ଖେଳରେ ଭେଟ୍ରାନ ବ୍ଳୁଷ୍ଟାର ୨-୦ ଗୋଲରେ ଖଲିଆପାଲି ଭେଟ୍ରାନକୁ ହରାଇ ବିଜୟୀ ହୋଇଛି । ପୃଷ୍ଟପୋଷକ ଅମନ ନାଗ ଓ କମିଟି ସଭାପତି ପ୍ରଭାତ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଫୁଟବଲ ଖେଳରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ବାରିକ ଯୋଗଦେଇଥିବା ବେଳେ କ୍ରୀଡାବିତ ଜ୍ୟୋତିରାଜ ନାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଫୁଲ୍ଲ ବର୍ଗତ୍ତୀ, ଜିତୁ ଦଲାଇ, ଅବଦୁଲ ମୁଜିବ ଓ ସୁଶାନ୍ତ ନାଗ ରେଫରୀ ଦାୟିତ୍ୱ ତୁଲାଇଥିଲେ । ଖଲିଆପାଲି ଭେଟ୍ରାନ ଗୋଲକିପର ମାଧୁର୍ଯ୍ୟ ପାଣ୍ଡେଙ୍କୁ କ୍ରୀଡା ନୈପୁଣ୍ଣ୍ୟ ପାଇଁ ପୃଷ୍ଠପୋଷକ ଅମନ ନାଗ ଅର୍ଥରାଶି ପୃରସ୍କୃତ କରିଥିଲେ । ସେହିପରି ୟୁଥ ଖେଳରେ ୟୁନାଇଟେଡ କଲେଜ ଛକ ବନାମ ଅମାମୁଣ୍ଡା ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକରରେ ୟୁନାଇଟେଡ କଲେଜଛକ ୪-୩ ଗୋଲରେ ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପୁର୍ବତନ ପୌରପରିଷଦର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ । ଖେଳକୁ ସୁଦୟ ବାରିକ, ସୁଶାନ୍ତ ନାଗ, ନରସିଂସ୍ୱାମୀ ନାଇଡୁ ଓ ପ୍ରଫୁଲ୍ଲ ବଗର୍ତ୍ତୀ ପରିଚାଲନା କରିଥିଲେ । କମିଟିର ସମ୍ପାଦକ ହେମନ୍ତ ବେହେରା, କୋଷାଧ୍ୟକ୍ଷ ଗମନିଏଲ ନାଗ୍‌, ପ୍ରଦୋସ କୁମାର ଦାସ, ସୁବୋଧ ବାଗ, ଶ୍ରୀଧର ସେଠ୍‌, ବିରେନ୍ଦ୍ର ସୁନା, ସାନ୍ତନୁ ନାଗ, ସର୍ଜୁ ନାଗ, ଏନ୍‌ ଗାବ୍ରିଏଲ ଜେମ୍ସ, ପ୍ରଦ୍ୟୁମ୍ନ ନନ୍ଦ, ଦୁର୍ବାଦଳ ମହାକୁର, ବିଶ୍ୱଜିତ ପାଲ, ଡ. ସିଦେ୍ଧଶ୍ୱର ମିଶ୍ର, ସୁନିଲ ବିଶ୍ୱାଲ, ଜିବନ ସୁନା, ମନୋଜ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ଶୁକ୍ରବାର ଦିନ ପ୍ରଥମ ଖେଳ ରୁରାଲ ଷ୍ଟାର ସଦାଇପାଲି ଭେଟ୍ରାନ୍‌ ବନାମ କଲେଜ ଛକ ଭେଟ୍ରାନ୍‌ ଓ ଦ୍ୱିତୀୟ ୟୁଥ ଖେଳ କୁଶଙ୍ଗ ବନାମ ଖଲିଆପାଲି ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ହେମନ୍ତ କୁମାର ବେହେରା ଜଣାଇଛନ୍ତି ।

Leave A Reply

Your email address will not be published.